ରିପୋର୍ଟ : ଦେବାଶିଷ
କୋଦଳା (ଆମ ଓଡ଼ିଶା ଖବର )ଚଳିତ ନିର୍ବାଚନରେ ଲୋକସଭାରେ ପ୍ରଥମ ଥର ପାଇଁ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ଆଜି ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।ଗଞ୍ଜାମ ଟାଇଗର ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ହେଉଛନ୍ତି ଅନୀତା ଶୁଭଦର୍ଶନୀ ପଟ୍ଟନାୟକ। ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଅନୀତା ହେଉଛନ୍ତି ରାଜ୍ୟ ବିଜେପିର ଜଣେ ଟାଣୁଆ ମହିଳା ନେତ୍ରୀ। ପୂର୍ବରୁ ବିଜେପିର ବହୁ ପଦପଦବୀରେ ସେ ରହି ଆସିଛନ୍ତି। ଅଞ୍ଚଳର ବିଭିନ୍ନ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ସହ ଲୋକସଭାରେ ଉପସ୍ଥାପନା କରିବେ ବୋଲି ଆଶା ବାନ୍ଧିଛନ୍ତି ଅଞ୍ଚଳର ଜନତା |


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।