କେନ୍ଦୁଝର ମହିଳା ମହାବିଦ୍ୟାଳୟ ଅଧ୍ୟାପିକାଙ୍କ ସନ୍ଦେହ ଜନକ ମୃତ୍ୟୁ

କେନ୍ଦୁଝର, “ଆମ ଓଡିଶା ଖବର” ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କଲା ସଦର ଥାନା ପୁଲିସ। ସୂଚନା ଅନୁସାରେ ବାଲେଶ୍ୱର ବାହାନଗା ବ୍ଲକ୍ ଗୋପାଳପୁର ଥାନା ଅଞ୍ଚଳର ପ୍ରିୟଙ୍କା ଦାଶ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହବିଜ୍ଞାନ ଅଧ୍ୟାପିକା ଭାବେ କାମ କରୁଥିଲେ। କିଛି ମାସ ହେବ ସେ ରୁଦ୍ର ମିଶ୍ରଙ୍କ ମାଇନିଂ ରୋଡ୍‌ ସ୍ଥିତ ଘରେ ରହୁଥିଲେ। ଗତକାଲି ସକାଳେ ହଠାତ୍ ପ୍ରିୟଙ୍କାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ ରୁଦ୍ର। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପ୍ରିୟଙ୍କାଙ୍କ ପରିବାର ସଦର ଥାନାରେ ହତ୍ୟା ଅଭିଯୋଗ ନେଇ ଏତଲା ଦେଇଥିଲେ। ପରେ ରୁଦ୍ର ମିଶ୍ରଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ତେବେ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିବା ଏବଂ ପ୍ରିୟଙ୍କାଙ୍କୁ ରୁଦ୍ର ଯୋଜନାବଦ୍ଧ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!