କେନ୍ଦୁଝର, “ଆମ ଓଡିଶା ଖବର” ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କଲା ସଦର ଥାନା ପୁଲିସ। ସୂଚନା ଅନୁସାରେ ବାଲେଶ୍ୱର ବାହାନଗା ବ୍ଲକ୍ ଗୋପାଳପୁର ଥାନା ଅଞ୍ଚଳର ପ୍ରିୟଙ୍କା ଦାଶ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହବିଜ୍ଞାନ ଅଧ୍ୟାପିକା ଭାବେ କାମ କରୁଥିଲେ। କିଛି ମାସ ହେବ ସେ ରୁଦ୍ର ମିଶ୍ରଙ୍କ ମାଇନିଂ ରୋଡ୍ ସ୍ଥିତ ଘରେ ରହୁଥିଲେ। ଗତକାଲି ସକାଳେ ହଠାତ୍ ପ୍ରିୟଙ୍କାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ ରୁଦ୍ର। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପ୍ରିୟଙ୍କାଙ୍କ ପରିବାର ସଦର ଥାନାରେ ହତ୍ୟା ଅଭିଯୋଗ ନେଇ ଏତଲା ଦେଇଥିଲେ। ପରେ ରୁଦ୍ର ମିଶ୍ରଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ତେବେ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିବା ଏବଂ ପ୍ରିୟଙ୍କାଙ୍କୁ ରୁଦ୍ର ଯୋଜନାବଦ୍ଧ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।