କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ  l

ଶିକ୍ଷା କ୍ଷେତ୍ରରେ ସରପଞ୍ଚ ଅର୍ଚନା ତ୍ରିପାଠୀଙ୍କ ଉଦ୍ୟମ ଅତୁଳନୀୟ 

ଶିକ୍ଷା କ୍ଷେତ୍ରରେ ଉପକୃତ ହେବେ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ 

ରିପୋର୍ଟ :ଦେବାଶିଷ 

କୋଦଳା, (ଆମ ଓଡ଼ିଶା ଖବର ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପାଇଁ ଏକ ଖୁସି ଖବର | ଏହି ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତରେ ଅବସ୍ଥିତ କାଳୀମେଘି ଜାଗିଲିପଡ଼ାର ପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ | ଗଞ୍ଜାମ ଜିଲ୍ଲାରେ ଚଉଦ ଟି ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସରକାର ମନୋନୀତ କରିଥିବା ବେଳେ ସେଥିମଧ୍ୟରୁ କାଳୀମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟ ଅନ୍ୟତମ | ଦୁଇ ବର୍ଷ ତଳେ ଉକ୍ତ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅର୍ଚନା ତ୍ରିପାଠୀ ଏଵଂ ପୂର୍ବତନ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା ଓ ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀଙ୍କ ମିଳିତ ଉଦ୍ୟମରେ ସେତେବେଳେ ଏହି ବିଦ୍ୟାଳୟକୁ ଏକାଦଶ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଚେଷ୍ଟା କରା ଯାଇଥିଲା | ଫଳ ସ୍ୱରୂପ ଗତକାଲି ସରକାରଙ୍କ ଚିଠି ଅନୁସାରେ ଏହି ବିଦ୍ୟାଳୟରେ +2 ଅନ୍ତର୍ଭୁକ୍ତ କରିବା ପାଇଁ ସରକାରୀ ଚିଠି (14022/26,06,2024) ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିଦ୍ୟାଳୟର ବର୍ତମାନର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ସମେତ ଏସଏମଡ଼ିସି କମିଟିର ସମସ୍ତ ସଦସ୍ୟ,ପଞ୍ଚାୟତବାସୀ ଏଵଂ ବିଦ୍ୟାଳୟ କର୍ମଚାରୀ | ପୂର୍ବରୁ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଦ୍ଭୁତ ପୂର୍ବ ସଫଳତା ପାଇଛନ୍ତି ଏଵଂ ତା ସାଙ୍ଗକୁ ବିଜ୍ଞାନ ଶିକ୍ଷକ ସରୋଜ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେବା ମଧ୍ୟ ବିଦ୍ୟାଳୟର ମାନ କୁ ବୃଦ୍ଧି କରିଛି | ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କୁ ପ୍ରାଧାନ୍ୟ ଦେଇ ଆସୁଥିବା ସରପଞ୍ଚ ଶ୍ରୀମତୀ ଅର୍ଚନା ତ୍ରିପାଠୀ ଏଵଂ ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀଙ୍କ ଉଦ୍ୟମକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଥିଲା ବେଳେ ବିଭିନ୍ନ ମହଲରୁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛି | ତେବେ ଯେଉଁ ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଚାହିଁବେ ସେମାନେ ଅନଲାଇନ ରେ SAMS.GOV.IN ସାଇଟ କୁ ଯାଇ ଆବେଦନ କରି ପାରିବେ ବୋଲି କହିଛନ୍ତି ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା | କିନ୍ତୁ ଏହି ବିଦ୍ୟାଳୟରେ ଏକାଦଶ,ଦ୍ୱାଦଶ ଶ୍ରେଣୀ ପାଇଁ ଅଧିକ ଶ୍ରେଣୀଗୃହ ସମେତ ଭିତିଭୂମି ଆବଶ୍ୟକ ହେଉଥିବାରୁ ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଶ୍ରୀମତୀ ତ୍ରିପାଠୀ |

error: Content is protected !!