ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଶା ଖବର ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଗାଁ ସାଥି ସଂଘର ସଭାପତି ରବୀନ୍ଦ୍ର ନାଥ ଗୌଡ଼ଙ୍କ ତତ୍ୱାବଧାନରେ ବୀର ଜଗନ୍ନାଥପୁର ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ଶୁକ୍ରବାର ସକାଳ 10 ଘଣ୍ଟ ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ଗତ ରବିବାର ବୈଠକରେ ଗାଁ ସାଥି ମାନଙ୍କର ଦୀର୍ଘ ଅଢେଇ ବର୍ଷର ପାରିଶ୍ରମିକ ମିଳି ନଥିବା ନେଇ ଅଭିଯୋଗ ପତ୍ର ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କୁ ପ୍ରଦାନ କରିବା କରିବା ପାଇଁ ନିଷ୍ପତି ହୋଇଥିଲା । ସେଥିପାଇଁ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକକୁ ଆସି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ଦାବି ହେଲା ଗତ ଦେଢ଼ ବର୍ଷ ପାରିଶ୍ରମିକ ଅନଲାଇନ ରେ ପେମେଣ୍ଟ ହୋଇଥିଲେ ମଧ୍ୟ ସେମାନଙ୍କୁ ମିଳିନାହିଁ । ଏଥିସହ ଆଉ ଏକ ବର୍ଷର ପେମେଣ୍ଟ ଶୀଘ୍ର ପ୍ରଦାନ କରିବା । ବିଡ଼ିଓ ଅଭିଯୋଗ ପାଇବା ପରେ ଆସନ୍ତା ସୋମବାର ଦିନ ଗାଁ ସାଥି ସଂଘ ର କର୍ମକର୍ତ୍ତା,ଏ ପି ଓ,କନିଷ୍ଠ ଯନ୍ତ୍ରୀ ଓ ଜି ଆର ଏସ ମାନଙ୍କୁ ଡାକି ଏକ ବୈଠକ କରି ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିରେ ସମ୍ପାଦକ ଚରଣ ନାୟକଙ୍କ ସହ ସଂଘର ସମସ୍ତ ଗାଁ ସାଥି ମାନେ ଉପସ୍ଥିତ ଥିଲେ |


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l