ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ପାଳିତ ।

ଖୋର୍ଦ୍ଧା : ୨୮/୧୨ – ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ସଦର ମହକୁମାସ୍ଥ ସଂସ୍କୃତିକ କେନ୍ଦ୍ର ନନ୍ଦିଘୋଷ ଭବନ ପରିସରରେ ପାଳିତ ହୋଇଯାଇଛି। ବ୍ଲକ କଂଗେସ କମିଟିର ସଭାପତି ସଞ୍ଜୟ କୁମାର ସୁବୁଦ୍ଧିଙ୍କ ନେତୃତ୍ବରେ ସକାଳେ କଂଗ୍ରେସର ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ଜାତୀୟ ସଙ୍ଗୀତ ଗାନପରେ ରାମ ଧୂନ୍ ଓ କଂଗ୍ରେସ ସେବାଦଳ ପକ୍ଷରୁ ଦଳୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା ।ଏହି ଅବସରରେ ଏକ ସଭାର ଆୟୋଜନ କରଯାଇଥିଲା। ୧୮୮୫ ମସିହା ଠାରୁ ଭାରତର ସ୍ଵାଧୀନତା ପର୍ଯ୍ୟନ୍ତ ବ୍ରିଟିଶ ସରକାରଙ୍କୁ ହଟାଇବା ପାଇଁ ବିଭିନ୍ ଆନ୍ଦୋଳନ , ବଳିଦାନ ଓ ସଂଗ୍ରାମୀ ମାନଙ୍କ ଅବଦାନ ସମ୍ପର୍କରେ ଉପସ୍ଥିତ ଦଳୀୟ ପ୍ରମୁଖ କର୍ମୀ ମାନେ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ପ୍ୟାରୀ ମୋହନ ଦାସ, ଖଙ୍ଗୁରିଆ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଶ୍ରୀଧର ଦତ୍ତ , ନଟବର ପାଣ୍ଡେ , ରମାକାନ୍ତ ପଟ୍ଟନାୟକ , ଜୟକୃଷ୍ଣ ପ୍ରହରାଜ , ଯୋଗୀ ଶ୍ରୀଚନ୍ଦନ , ସିମାଞ୍ଚଳ ଖଣ୍ଡେଇ , ନବକିଶୋର ପଣ୍ଡା , ସନ୍ତୋଷ ପ୍ରଧାନ , କରୁଣାକର ପ୍ରଧାନ ଏହି ଆଲୋଚନାରେ ଭାଗନେଇଥିଲେ । ବୋଲଗଡ ବ୍ଲକର ବିଭିନ୍ନ ପଞ୍ଚାୟତର ଦଳୀୟ କଂଗେସ କର୍ମୀ ମାନେ ଯୋଗଦେଇଥିଲେ ।

error: Content is protected !!