
ଖୋର୍ଦ୍ଧା:୨୮/୧୨/ – ଖୋର୍ଦ୍ଧା ୨ନମ୍ବର ବିଦ୍ୟୁତ ବିଭାଗ କର୍ମଚାରୀ ବିଦ୍ୟୁତ ଶୁଳ୍କ ଆଦାୟ କରିବା ପାଇଁ କେରଙ୍ଗ ଗ୍ରାମର ଆଦିବାସୀ ସାହିକୁ ଯାଇଥିଲେ ସେଠାରେ ବିଦ୍ୟୁତ ଶୁଳ୍କ ଆଦାୟ ସମୟରେ ସଙ୍ଘ ବଧ ହୋଇ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଆହତ ହୋଇଥିବା କର୍ମଚାରୀ ହେଲେ କୟାମ ଖାନ, ପ୍ରଭାତ ବେହେରା, କିରଣ କୁମାର ସେଠି, ରଞ୍ଜନ ସିଂ, ଦୀପକ ବାରିକ, ପ୍ରଫୁଲ ରଣା ଏ ମାନଙ୍କୁ ମାଡ ମାରାଯାଇଥିବ ଅଭିଯୋଗ ହୋଇଛି । ପଥର ମାରି କାୟମ ଖାନଙ୍କୁ ଆକ୍ରମଣ କରିଛନ୍ତି ଯାହାଦ୍ୱାରା କୟାମ ଖାନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଗୁରୁତର ହୋଇଛନ୍ତି । ସେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ହୋଇଥିଲେ । ଗୁରୁତର ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମୟରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତି ଥିଲେ ବୋଲି ଚର୍ଚ୍ଚା ହେଉଛି ।ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

ଖୋର୍ଦ୍ଧା ରୁ ପ୍ରଶ୍ନ ସ୍ୱାଇଁ ଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.