ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡ଼ିଶା ଖବର ): ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କୋଦଳା ଏନଏସି ର ତୃତୀୟ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଯୋଗ ଦେଇଥିଲେ |କୋଦଳା ଏନଏସି ର ସମସ୍ତ ୱାର୍ଡ କାଉନସିଲର ଏହି ବୈଠକରେ ଉପସ୍ଥିତ ରହି ନିଜ ୱାର୍ଡ ର ସମସ୍ୟା ସମ୍ପର୍କରେ ମତାମତ ରଖିବା ପରେ ଅଧ୍ୟକ୍ଷ ଏହାକୁ ଖୁବ ଶୀଘ୍ର କାର୍ଯ୍ୟକାରି କରିବା ନେଇ ସ୍ପଷ୍ଟୀକରଣ ରଖିଥିଲେ | ଏହା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ପ୍ରମୁଖ ସମସ୍ୟାକୁ ନେଇ ଅଧ୍ୟକ୍ଷ ଶ୍ରୀ ନାୟକ ମାନ୍ୟବର ସାଂସଦ ଓ ବିଧାୟକଙ୍କୁ ଅନୁରୋଧ କରିବା ପରେ ଏହାର ତ୍ୱରିତ ସମାଧାନ ନେଇ ସାଂସଦ ଶ୍ରୀମତୀ ପଟ୍ଟନାୟକ ଓ ବିଧାୟକ ଶ୍ରୀ ପ୍ରତାପ ନାୟକ ଏହାର ସମାଧାନ ହେବା ନେଇ ପ୍ରତିଶୃତି ଦେଇଥିଲେ |
ତେବେ ପ୍ରଶାସନିକ ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ଏଣିକି କଦାଚିତ ବରଦାସ୍ତ କରା ଯିବନାହିଁ ବୋଲି ରୋକଠୋକ ଶୁଣାଇଥିଲେ ମାନ୍ୟବର ସାଂସଦ ଏବଂ ତ୍ରିପଲ ଇଂଜିନ ସରକାରରେ କୋଦଳା ର ବିକାଶ ରଥକୁ ଆଗକୁ ନେବା ପାଇଁ ଶ୍ରୀମତୀ ପଟ୍ଟନାୟକ ସଭିଙ୍କୁ ଅନୁରୋଧ କରିଥିଲେ | ପରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ କହିଥିଲେ ଯେ କୋଦଳା ତଥା ଅଞ୍ଚଳବାସି ଙ୍କ ବିକାଶ ଆମର ପ୍ରଥମ ଲକ୍ଷ | କୋଦଳା ମେଡିକାଲରେ ନୂତନ ଡାକ୍ତର ନିଯୁକ୍ତି ହେବା ସହିତ ଶିକ୍ଷା କ୍ଷେତ୍ରରେ ପ୍ରତ୍ୟେକ ସ୍କୁଲକୁ ଅନୁଧ୍ୟାନ କରିବା ପରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଥିଲେ | ହେଲେ ଯଥା ପୂର୍ବମ ନୀତି ଅନୁଯାୟୀ ଏହି ବୈଠକରେ ତହସିଲଦାର, ଆରଡି ଡିପାର୍ଟମେଣ୍ଟ, ଏମଆଇ ଓ ଆରଡି ଡିପାର୍ଟମେଣ୍ଟ ର କୌଣସି ପଦାଧିକାରୀ କିମ୍ୱା କର୍ମଚାରୀ ଉପସ୍ଥିତ ନଥିବାରୁ ସାଂସଦ ଙ୍କ ସମେତ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ | ଏବଂ ଆଗାମୀ ଦିନରେ ହେବାକୁ ଥିବା କାଉନସିଲ ବୈଠକରେ ଯଦି କୌଣସି ଅଧିକାରୀ ଅନୁପସ୍ଥିତ ରହିବେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଂସଦ ରୋକଠୋକ ଶୁଣାଇ ଥିଲେ | ଏହି ବୈଠକରେ ଉପାଧ୍ୟାକ୍ଷା ରଂଜିତା ସେଠି ଙ୍କ ସମେତ ବିଭିନ୍ନ ସରକାରୀ ବିଭାଗ ର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ |ପରିଶେଷରେ କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
More Stories
କ୍ଲବ -94 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳସର ଗ୍ରାମର ମଠ ମହନ୍ତଙ୍କ ପରଲୋକ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ l