ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ସାଂସଦ l
ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡ଼ିଶା ଖବର ) ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ଆଜି ବେଗୁନିଆପଡ଼ା ବ୍ଲକ ଗସ୍ତ କରିବା ଅବସରରେ ବେଗୁନିଆପଡା ଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା | ଶ୍ରୀମତୀ ପଟ୍ଟନାୟକ ବେଗୁନିଆପଡା ରେ ପହଂଚିବା ପରେ ତାଙ୍କୁ ଆତସବାଜି ଫୁଟାଇ, ପୁଷ୍ପଗୁଚ୍ଛ ଦେଇଥିଲେ ବିଜେପି କର୍ମୀ | ପରେ ଅଗାଁର ଗାଁ ସ୍ଥିତ ଦଣ୍ଡପାଣି ସାମନ୍ତରାୟ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ ଯାଇ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିଥିଲେ ସାଂସଦ | ବିଦ୍ୟାଳୟର ଆନୁସଙ୍ଗିକ ବ୍ୟବସ୍ଥା, ଶିକ୍ଷାଦାନ ସଂପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମାଟ୍ରିକ ସାର୍ଟିଫିକେଟ ବିତରଣ କରାଯାଇଥିଲା |

ସାଂସଦ ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବିତରଣ କରିଥିଲେ । ବିଦ୍ୟାଳୟ ହେଉଛି ଉତ୍ତର ନାଗରିକ ଗଠନର ପ୍ରକୋଷ୍ଠା | ନିରନ୍ତର ଶିକ୍ଷାଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଛନ୍ତି ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ।
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ