
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର)ତା:- ୦୯/୦୧ : ରାୟଗଡ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ମାନ୍ୟଗଣ୍ୟ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ,ସଦସ୍ୟ ସଦସ୍ୟା ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ଅନୁଯାୟୀ ଆଲୋଚନା କରି ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ | ସାଧାରଣତନ୍ତ୍ର ଦିବସ ପାଳନ ଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ସକାଳ ଘ ୭.୩୦ ମି ଠାରୁ ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସକାଳ ଘ. ୮.୩୦ମି. ସମୟରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍ତରରେ ବକୃତା ଓ ଦେଶାତ୍ମବୋଧକ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜନ କରାଯିବ। ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାୟଗଡ଼ ଓ ମହିଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜନ କରାଯିବl ନିମନ୍ତେ ନିଷ୍ପତ୍ତି ନିଆଗଲା l ପ୍ୟାରାଡ଼ ପଡିଆରେ ବ୍ୟାରିକେଡ ଲଗାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୂର୍ତ୍ତ ବିଭାଗ ସହ ଅନ୍ୟ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନରେ ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ, ଉପ କାରାଗାର , ସେବା ସମାଜ, ସ୍ୱଧାର ଗୃହର ଅନ୍ତେବାସୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଏସପି, ଡିଆଇବି, ଶ୍ରୀ ଭୀମସେନ ନାଏକ,ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ କବିବର ଦେହୁରୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା,ଡ଼ଃ. ସରସ୍ବତୀ ରାୟ, ଜିସିଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମିନତି ପ୍ରଧାନ,ଅତିରକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ସାହୁ ,ସହକlରି ଜିଲ୍ଲା ମଙ୍ଗଳ ଅଧିକାରୀ ଏମ ଆର ଚିନାରୀ,ଆଞ୍ଚଳିକ ପରିବହନ ଅଧିକାରୀ,ବିନୟ କୁମାର ପାଉଳ, ସିଆରପିଫର ଉପ ଦୁର୍ଗପତି ସଲିମ କୁମାର.ଏସ, ରାୟଗଡ଼,ଜିଲ୍ଲା ଯୋଗାଣ ଅଧିକାରୀ, ଦାଶରଥି ସୋରେନ, ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତ,ଅଧ୍ୟକ୍ଷା ରାୟଗଡ଼ ପଂଚାୟତ ସମିତି ଶ୍ରୀମତୀ ଟୁନି ହୁଇକା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର, ସହକାରୀ ଉପଜିଲ୍ଲାପାଳ ଶ୍ରୀ କୈଳାଶ ସ୍ୱାଇଁ,ରାୟଗଡ ପୌର ପରିଷଦର ନିର୍ବାହୀ ଅଧିକାରୀ କୁଲଦୀପ କୁମାର,ଅଧ୍ୟକ୍ଷା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଡ଼ଃ ସରସ୍ବତୀ ରାୟ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅର୍ଚନା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି,ପରିମଳନିରୀକ୍ଷକ, ଭେଙ୍କଟ ରାଓ, ସହକାରୀ ଯନ୍ତ୍ରୀ, ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଆଇନଜୀବୀ ବ୍ରଜସୁନ୍ଦର ନାୟକ, ସେନଚୁରିଆନ ବିଶ୍ୱବିଦ୍ୟାଳୟର ନିର୍ଦେଶକ ରାଜେଶ କୁମାର ପାଢ଼ୀ,ଡା. ଏଲ ଏନ ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ତ୍ତ ବିଭାଗ, ଯୁବ ବିକାଶ ପରିଷଦର ଶିବାଜୀ ଦାସ, ୱାକର୍ଷ କ୍ଳବର ସୁରେନ୍ଦ୍ର ପ୍ରସାଦ ସାହୁ, ବରିଷ୍ଠ ଶିକ୍ଷକ, ନୀଳାଚଳ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ,ଶେଖ ଆଲେନୁର, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜଳନ୍ଧର ପୁଷିକl,ଏନସିସି ଶିକ୍ଷକ, ଅଶୋକ କୁମାର ଦାଶ,ଲେଫ୍ଟନାଣ୍ଟ ଉଦୟ ନାଏକ ଓ ରିତାରାଣୀ ମିଶ୍ର, ସ୍ଵନ୍ତୋଷ କୁମାର ବ୍ରହ୍ମା ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନ।
ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର।
ବରିଷ୍ଠ ନାଗରିକ ଙ୍କ ସାମାଜିକ ସୂରକ୍ଷା ସମ୍ପର୍କିତ କର୍ମଶାଳା।