
ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା:- 27.2.2026
ଜିଲ୍ଲାକୁ ନିଶାମୁକ୍ତ ଓ ଅବୈଧ ଚାଲାଣ ରୋକିବା ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଭା ପ୍ର ସେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ରାୟଗଡ଼ଙ୍କ ସହଯୋଗରେ ଜିଲ୍ଲାର ପାଞ୍ଚଗୋଟି ବିଦ୍ୟାଳୟରେ ଶୁକ୍ରବାର ଦିନ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଦର ମହକୁମାସ୍ଥିତ ଇନ୍ଦିରା ନଗର, ଶାସ୍ତ୍ରୀ ନଗର, ଫରେଷ୍ଟ କଲୋନୀ, ରେଭେନ୍ୟୁ କଲୋନୀ ଓ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ସମାଜରେ ନିଶା ସେବନ ଓ ମାଦକ ଦ୍ରବ୍ଯର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି, ଏଥିପାଇଁ ହତ୍ୟା, ନାରୀ ନିର୍ଯାତନା, ଚୋରି ଆଦି ବଢିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଗମ୍ଭିର ହେବାରେ ଲାଗିଛି। ନିଶା ମୁକ୍ତ ଭାରତ ଗଠନ ନିମନ୍ତେ ବିଦ୍ୟାଳୟ ସ୍ତରରେ ଶିଶୁଙ୍କୁ ନିଶା ଓ ମାଦକ ଦ୍ରବ୍ଯ ସେବନର କୁପରିଣାମ ଓ ଅପକାରିତା ବିଷୟରେ ଅବଗତ କରାଇବା ସହିତ ଯୁବବର୍ଗଙ୍କୁ ଏଥିରୁ ଦୁରେଇ ରଖିବା ନିମନ୍ତେ ସଚେତନ କରାଇବା ଏହାର ମୁଖ୍ଯ ଉଦ୍ଦେଶ୍ଯ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପରିଚାଳନା କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ସହଯୋଗ କରିଥିଲେ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ।
ନିୟମଗିରିର ଦୁର୍ଗମ ଅଞ୍ଚଳରେ ରାୟଗଡ ଜିଲ୍ଲା ପ୍ରଶାସନ: ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ଭୋଟର ତାଲିକା ସଂଶୋଧନ ପାଇଁ ଏନ୍ୟୁମେରେସନ ଫର୍ମ ବଣ୍ଟନ ।
ଅବସର ଦିବସରେ ରାୟଗଡ଼ ବିଇଓ ପ୍ରଦାନ କଲେ ଚୂଡାନ୍ତ ପେନସନ, ଶିକ୍ଷକ ସଂଘ ଖୁସ୍।