କଳାକାର ସଂକୀର୍ତନ ଗାୟକ ଚରଣ ବାରିକଙ୍କ ଦେହାନ୍ତରେ ଶୋକ l

ଜଟଣୀ, “ଆମ ଓଡ଼ିଶା ଖବର” ୦୯. ଜାନୁଆରୀ, ଜଟଣୀ ଉପକାଣ୍ଠ ବଡତୋଟା ଗ୍ରାମର ସଂକୀର୍ତନ ଗାୟକ ଚରଣ ବାରିକ ଙ୍କ ୮୯ ବର୍ଷରେ ୦୮. ଜାନୁଆରୀ ୨୦୨୬ ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ ରେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦେହାନ୍ତ ହୋଇଛି l ସ୍ବର୍ଗତ ବାରିକ ଥିଲେ ସଂକୀର୍ତନର ଦକ୍ଷ ଗାୟକ ଭାବେ ପରିଚିତ। ସରକାରୀ କଳାକାର ଭତା ପାଇ ଆସୁଥିଲେ l ବିଭିନ୍ନ ଗ୍ରାମରେ ସଂକୀର୍ତନ ଗାଇବା, କଳାକାର ଭାବେ ବିଚାରପତି ହେବା, ସମାଜସେବୀ ଭାବେ ସର୍ବଜନ ପ୍ରିୟ ଥିଲେ l ତାଙ୍କର ପୁରୀ ସ୍ୱର୍ଗ ଦ୍ୱାରରେ ଗତ ରାତ୍ରିରେ ଶବ ଦାହ କରାଗଲା l ତାଙ୍କ ଅବଦାନକୁ ପଦନପୁର ପଂଚାୟତ, ଗଙ୍ଗାପଡା ପଂଚାୟତ ତଥା ଜଟଣୀ ଅଂଚଳବାସୀ ସର୍ବଦା ମନେ ରଖିବେ l ତାଙ୍କୁ ମୁଖାଗ୍ନି ଦେଇଥିଲେ ପୁତ୍ର, ସଞ୍ଜୟ ଓ ଅକ୍ଷୟ l ଶେଷ ଶବ ଯାତ୍ରାରେ ଭାଇ ରାମ ଚନ୍ଦ୍ର, ପ୍ରହଲ୍ଲାଦ, ଝିଅ ବିଷ୍ନୁପ୍ରିୟା, ଗୁଲି ଜୋଇଁ- ପ୍ରତାପ, ସୁଜନ ତଥା ପୁତୁରା ଅଜୟ, ଅଶ୍ୱନୀ, ତପନୀ, ପପୁ, ଲିପୁ, ଦିପୁ, ଗ୍ରାମର ସଂକୀର୍ତନ ମଣ୍ଡଳୀ, ଗ୍ରାମବାସୀ ଜବାହରଲାଲ ସୁବୁଦ୍ଧି, ବିଷ୍ଣୁ ଚରଣ ସ୍ୱାଇଁ, ରାଜକିଶୋର ସାହୁ, ଲକ୍ଷଣ ସାହୁ ଇତ୍ୟାଦି ଉପସ୍ଥିତ ଥିଲେ l ତାଙ୍କ ଅମର ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ l

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!