
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)ତା:- ୧୨/୦୧: ଆଜି ସାରା ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗର ଉଦ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶଭକ୍ତିମୂଳକ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁବକ-ଯୁବତୀମାନେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସ୍ମରଣ କରି ଦେଶପ୍ରେମ ଓ ଜାତୀୟ ଏକତାର ସନ୍ଦେଶ ପ୍ରଦାନ କରିଥିଲେ। ‘ବନ୍ଦେ ମାତରମ୍’ ଗୀତର ସ୍ୱରରେ ସମଗ୍ର ପରିବେଶ ଦେଶଭକ୍ତିରେ ଭରିଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଜିଲ୍ଲା ସଂସ୍କୃତି ବିଭାଗର ସୁଶ୍ମିତା ବାଉରୀ ଉପସ୍ଥିତ ରହି ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ, ଯୁବଶକ୍ତି ଓ ଦେଶଗଠନରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମୟରେ ଦେଶଭକ୍ତି ଓ ଜାତୀୟ ଚେତନାକୁ ଜାଗ୍ରତ କରିବା ପାଇଁ ‘ବନ୍ଦେ ମାତରମ୍’ ଗାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ଗୀତ ମାଧ୍ୟମରେ ଦେଶର ଏକତା ଓ ସଂସ୍କୃତିକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମର ଶେଷରେ ଏସଡିଆଇପିଆରଓ ଦେବରାଜ ଟାକ୍ରି ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଆୟୋଜକ ଓ ଉପସ୍ଥିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନ।
ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର।
ବରିଷ୍ଠ ନାଗରିକ ଙ୍କ ସାମାଜିକ ସୂରକ୍ଷା ସମ୍ପର୍କିତ କର୍ମଶାଳା।