ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା l

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)ତା:- ୧୨/୦୧: ଆଜି ସାରା ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗର ଉଦ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶଭକ୍ତିମୂଳକ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁବକ-ଯୁବତୀମାନେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସ୍ମରଣ କରି ଦେଶପ୍ରେମ ଓ ଜାତୀୟ ଏକତାର ସନ୍ଦେଶ ପ୍ରଦାନ କରିଥିଲେ। ‘ବନ୍ଦେ ମାତରମ୍’ ଗୀତର ସ୍ୱରରେ ସମଗ୍ର ପରିବେଶ ଦେଶଭକ୍ତିରେ ଭରିଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଜିଲ୍ଲା ସଂସ୍କୃତି ବିଭାଗର ସୁଶ୍ମିତା ବାଉରୀ ଉପସ୍ଥିତ ରହି ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ, ଯୁବଶକ୍ତି ଓ ଦେଶଗଠନରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମୟରେ ଦେଶଭକ୍ତି ଓ ଜାତୀୟ ଚେତନାକୁ ଜାଗ୍ରତ କରିବା ପାଇଁ ‘ବନ୍ଦେ ମାତରମ୍’ ଗାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ଗୀତ ମାଧ୍ୟମରେ ଦେଶର ଏକତା ଓ ସଂସ୍କୃତିକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମର ଶେଷରେ ଏସଡିଆଇପିଆରଓ ଦେବରାଜ ଟାକ୍ରି ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଆୟୋଜକ ଓ ଉପସ୍ଥିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!