ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ତ୍ରୟୋବିଂଶତମ ସ୍ବନକ୍ଷତ୍ର ଦିବସ ପାଳିତ

ବେଗୁନିଆପଡଡା, (ଆମ ଓଡିଶା ଖବର): ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବି.ନୂଆଗାଁ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ତ୍ରୟୋବିଂଶତମ ସ୍ବନକ୍ଷତ୍ର ଦିବସ ବେଶ ଧୂମଧାମରେ ପାଳିତ ହୋଇଯାଇଛି । ଏହି ଶିକ୍ଷାନୁଷ୍ଠାନର ସଭାପତି ଜୟଦେବ ଜେନାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖଲ୍ଲିକୋଟର ଅଧକ୍ଷ ଡ. ସନ୍ତୋଷ କୁମାର ପରିଡା, ମୁଖ୍ୟବକ୍ତା ଭାବେ ଐତିହାସିକ, ବୋଲଗଡ, ନୟାଗଡ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପରିଡା ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ବେଗୁନିଆପଡା ବ୍ଲକ ର ଅତିରିକ୍ତ ବ୍ଲକ ଶିକ୍ଷାଧୂକାରୀଣୀ ଜ୍ୟୋତିର୍ମୟୀ ନନ୍ଦ, ବି.ନୂଆଗାଁ ସରପଞ୍ଚ, ସମିତିସଭ୍ୟ। ସୁଚିତ୍ରା ମହାନ୍ତି, ସୁମଣ୍ଡଳ କ୍ଲଷ୍ଟର ସି ଆର ସି ସି ସିମାଞ୍ଚଳ ପରିଡା ପ୍ରମୁଖ ଯୋଗଦେଇ ଥୂବାବେଳେ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରଧାନ ଆଚାର୍ଯ୍ୟ କବିରାଜ ଜେନାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଶାରୀରିକ କ୍ରୀଡା ପ୍ରଦର୍ଶନ ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥୁଲା । କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥ‌ିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ:ଦେବାଶିଷ ମହାରଣା

error: Content is protected !!