ଗ୍ରାମ ପଞ୍ଚାୟତ ସଶକ୍ତିକରଣ ନିମନ୍ତେ କର୍ମଶାଳା ଅନୁଷ୍ଠିତ।

ରାୟଗଡ ଜିଲ୍ଲା (ଆମ ଓଡିଶା ଖବର ) ତା :-୧୩/୦୧/ ୨୬,,ଜିଲ୍ଲା ପରିଷଦ, ମୁଖ୍ଯ ଉନ୍ନୟନ ଅଧିକାରୀଙ୍କ ଆଦେଶ କ୍ରମେ ଗ୍ରାମ ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି ସହ ସ୍ବାବଲମ୍ବୀ କରିବା, ମୌଳିକ ଆବଶ୍ୟକତା ପୂରଣ ଓ ବହୁମୁଖୀ ବିକାଶମୂଳକ କାର୍ଯ୍ୟକ୍ରମ ନିମନ୍ତେ ଏକ ଦିନିକିଆ ତାଲିମ ତଥା କର୍ମଶାଳା ରାୟଗଡ ବ୍ଲକର ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ, ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଓ ଶିକ୍ଷକ ନୀଳାଞ୍ଚଳ ମିଶ୍ର ସମ୍ବଳ ବ୍ୟକ୍ତି ରୂପେ ତାଲିମ ପ୍ରଦାନ କରିଥିଲେ । ଗ୍ରାମ ପଞ୍ଚାୟତ ପଚାଷ ଜଣ ନିର୍ବାହୀ ଅଧିକାରୀ, ଏଡିଇଓ, ଜିଆରଏସ, ଜୀବିକା ମିଶନର ଏମବିକେ, ସିଆରପି ଏହି ତାଲିମ ଗ୍ରହଣ କରୁଥିଲେ ।
ବିକଶିତ ଭାରତ, ବିକଶିତ ଓଡିଶା ଗଠନ ନିମନ୍ତେ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଥିବା
ହାଟ,ବଜାର, ତୋଟା, ଦୋକାନ ଗୃହ, ଜଳାଶୟ, ମାଛପୋଖରୀ, ଗୋଷ୍ଠୀକେନ୍ଦ୍ର, ଅନାବାଦୀ ଜମି ଆଦି ସ୍ଥାୟୀ ସମ୍ପତି ସୃଷ୍ଟି କରିବା ସହ ସେଗେଡିକର ସୁପରିଚାଳନା କରିବା, ସେଥିରୁ ସ୍ଥାୟୀ ଆୟର ବ୍ୟବସ୍ଥା କରିବା ଆଲୋଚନା ପରିସରଭୁକ୍ତ ଥିଲା । ଗ୍ରାମାଞ୍ଚଳରେ ବେକାରୀ ସମସ୍ୟା ଦୂରକରି କର୍ମଯୋଗାଣ ଦ୍ବାରା ଲୋକେ ରୋଜଗାରକ୍ଷମ ହେବେ । ଏହି ପ୍ରୟାସ ଅଧିକ କାର୍ଯ୍ୟକ୍ଷମ ହେଲେ, ବିଶ୍ବ ସ୍ତରୀୟ ଲକ୍ଷ୍ୟ ହାସଲ ନିମନ୍ତେ ଏନେକ ସ୍ଥାନୀୟ ସମସ୍ୟାର ସମାଧାନ, ଆବଶ୍ୟକତା ପୂରଣ ମାଧ୍ୟମରେ ବିକଶିତ ଜିଲ୍ଲା ଓ ବିକଶିତ ଓଡିଶା ଗଠନ ନିମନ୍ତେ ଜିଲ୍ଲା ପ୍ରଶାସନର ଏହି ଅଭିନବ ପ୍ରୟାସ ଯାହା ରାୟଗଡର ପ୍ରତ୍ୟେକ ବ୍ଲକରେ ଜାରି ରହିଥିବା ମୁଖ୍ଯ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ କହିଛନ୍ତି ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!