ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସଵ  l

ପଟ୍ଟାମୁଣ୍ଡାଇ (ଆମ ଓଡିଶା ଖବର) ତା୧୮/୧ ଅମୃତମଣୋହିଁ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସଵ ଶନିବାର ଉଦଯାପିତ ହୋଇ ଯାଇଛି। ପ୍ରଧାନଶିକ୍ଷକ ଦାମୋଦର ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ବନ୍ଦେମାତରମ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅମୀର  କୁମାର ସେଠି, ସିଦ୍ଧ କଖାରୁ ଖିଆ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମଲିକ, ପ୍ରାକ୍ତନ ସରପଞ୍ଚ କୁଳମଣି ମଲିକ,ପ୍ରାକ୍ତନ ପ୍ରଧାନଶିକ୍ଷକ ଅଶୋକ କୁମାର ଦାସ, ଦୟାନିଧି ନାୟକ, ସତ୍ୟାନନ୍ଦ ବିଶ୍ୱାଳ,କାମିନୀ ପାତ୍ର, କୃଷ୍ଣଚନ୍ଦ୍ର ପ୍ରଧାନ ଅତିଥି ଭାବରେ ଯୋଗଦେଇଥିଲେ। କ୍ରୀଡା ଶିକ୍ଷୟତ୍ରୀ ଅଞ୍ଜନା ଧଳଙ୍କ ତତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରୀତି ମଳିକ ଚାମ୍ପିୟନ ଟ୍ରଫି ହାସଲ କରିଥିଲେ।ଦେବୀ ପ୍ରସାଦ ସାହୁ ଅତିଥି ପରିଚୟ ଓ ସସ୍ମିତା ବେହେରା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ।ଜୟହିନ୍ଦ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ବେହେରା  ଏହି କ୍ରୀଡା ଉତ୍ସଵକୁ ଉଦଘାଟନ କରିଥିଲେ । ଏହି ଉତ୍ସଵକୁ ପଣ୍ଡିତ ଦେବୀ କୁମାର ଶତପଥୀ, ମନୋଜ କୁମାର ମଲିକ ଓ ରୁପାଲୀ ମଲ୍ଲିକ ପରିଚାଳନା କରିଥିଲେ। 

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!