ପଟ୍ଟାମୁଣ୍ଡାଇ( ଆମ ଓଡିଶା ଖବର) ତା୧୭/୧ ଅଣ୍ଢରା ବ୍ରାହ୍ମଣସାହି ଠାରେ ୧୫୩ତମ ଶ୍ରୀମଦ ଭାଗବତ ପାରାୟଣ ସପ୍ତାହ ଶନିବାର ଆରମ୍ଭ ହୋଇଛି। ପଣ୍ଡିତ ପ୍ରଦୀପ କୁମାର ପାଢ଼ୀ ଓ ସଞ୍ଜୟ କୁମାର ପାଢ଼ୀଙ୍କ ତତ୍ୱାବଧାନରେ କଳସଯାତ୍ରା, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋ’ପୁଜା, ଧରିତ୍ରୀ ପୂଜା ସମ୍ପର୍ଣ୍ଣ କରାଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଗତକାଲି ନବ ନିର୍ମିତ ଅଷ୍ଟ ପ୍ରହର ମଣ୍ଡପକୁ ଉଦଘାଟନ କରିଥିଲେ। ଏହି ମହାର୍ଘ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ପରମ ଶାସ୍ତ୍ର ଭାଗବତ ଶ୍ରବଣ କରୁ ଛନ୍ତି। ଏହି କାର୍ଯ୍ୟକ୍ରମକୁ ଗୁରୁଚରଣ ପଣ୍ଡା, ବାବୁରାମ ଦାଶ, ପରମେଶ୍ୱର ପାଢ଼ୀ, ବିଶ୍ୱନାଥ ପଣ୍ଡା,ଚିନ୍ତାମଣି ପଣ୍ଡା, ପ୍ରମୋଦ ପାଢ଼ୀ, ବିଶ୍ୱନାଥ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l