ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ l

କେନ୍ଦ୍ରାପଡ଼ା (ଆମ ଓଡିଶା ଖବର) କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗା ,ନୂଆ ପାଟଣା ନୋଡାଲ ଉ, ପ୍ରା ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଏବଂ ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟା ଙ୍କ ଉପସ୍ଥିତ ରେ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ଯୁକ୍ତ ମହେଶ୍ୱର ଦାସ, ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ଦିତୀୟ ଦିବସର ତଥା ଉଦଯାପନୀ ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସର୍ବେଶ୍ଵର ଜେନା ଙ୍କ ସଭାପତିତ୍ବରେ
ସିଂହ ଗାଁ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଯୁକ୍ତ ଗଣେଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ।ସମିତ ସଭ୍ୟ ଶ୍ରୀ ଯୁକ୍ତ ଅଭୟ ସ୍ଵାଇଁ ମୁଖ୍ୟ ବକ୍ତା ଏବଂ ବୈଷୟିକ ଶିକ୍ଷକ ଚନ୍ଦ୍ରଶେଖର ସାମଲ, ଅବସର ପ୍ରାପ୍ତ କୃତି ଶିକ୍ଷକ ନୃସିଂହ ଚରଣ ନାୟକ,ଧାନ ଖାଇ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ହିନ୍ଦୀ ଶିକ୍ଷୟିତ୍ରୀ ପୁଷ୍ପ ଲତା ପାତ୍ର ଏବଂ ପରିଚାଳନା କମିଟି ର ସଭାପତି ଶ୍ରୀ ଯୁକ୍ତ ଅଧୀର କୁମାର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଜୀବନ ରେ କ୍ରୀଡା ର ଭୂମିକା ଓ ଉପକାରୀ ତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଭିନ୍ନ କ୍ରୀଡା ,ନୃତ୍ୟ ସଂଗୀତ ରେ କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି 🏆 ମାନପତ୍ର ପ୍ରଦାନ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ସୁଚିସ୍କିତା ସ୍ଵାଇଁ ସ୍ଵାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ।ସହକାରୀ ଶିକ୍ଷକ ହିମାଂଶୁ ଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ପ୍ରମୁଖ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସାଜୁନ କିଶୋର ସାମଲ , ଅଙ୍ଗନୱାଡ଼ି ଦିଦି ଝରଣା ପରିଡ଼ା , ସସ୍ମିତା ବେହେରା, ଦିପାଳି ପରିଡ଼ା ପରିଚାଳନା କରିଥିଲେ l

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!