ପଟ୍ଟାମୁଣ୍ଡାଇ (ଆମ ଓଡିଶା ଖବର) ତା୨୨/୧ ଅମୃତମଣୋହିଁ ପଞ୍ଚାୟତ ସିଦ୍ଧବାଲି ଏସ କେ ହାଇସ୍କୁଲର ବାର୍ଷିକୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବନ୍ଦେ ମାତରମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମୀର କୁମାର ସେଠି ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନାତନ ତରାଇ, ଅବସରପ୍ରାପ୍ତ ଶିକ୍ଷକ ମାଗୁଣି ଚରଣ ବାରିକ, ଦିଲ୍ଲୀପ କୁମାର ଖଣ୍ଡାଇ, ପ୍ରିୟରଞ୍ଜନ ଦାସ, ଅଞ୍ଜନା ଧଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସହକାରୀ ଶିକ୍ଷକ ଅମର କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ନମିତା ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ। ହେମଲତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଭାତ ଧଳ ବାଳକ ବିଭାଗ ଓ ଶୁଭସ୍ମିତା ତରାଇ ବାଳିକା ବିଭାଗର ଚାମ୍ପିୟନ ହୋଇଥିଲେ। ମିହିର କୁମାର ଜେନା,ମାମାଲିଶା ପରିଡା, ବନମାଳୀ କୁଣ୍ଡ ଓ ଶ୍ରୀକାନ୍ତ ମଲିକ ଏହି ବାର୍ଷିକ କ୍ରୀଡା ଉତ୍ସଵକୁ ପରିଚାଳନା କରିଥିଲେ।ଶେଷରେ ଛାତ୍ରଛାତ୍ରୀମାନେ ନୃତ୍ତ୍ୟ ଗୀତ ପରିବେଷଣ କରିଥିଲେ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |