ଖୋର୍ଦ୍ଧା: “ଆମ ଓଡ଼ିଶା ଖବର” ୨୩ ଜାନୁଆରୀ ଦିନ, ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଗୌର କାନ୍ତା ବିଷ୍ଣୁପ୍ରିୟାଙ୍କ ଆବିର୍ଭାବ, ବସନ୍ତ ପଞ୍ଚମୀ ଓ ଗ୍ରନ୍ଥ ଲୋକାର୍ପଣ୍ ହୋଇଯାଇଛି। ପ୍ରଥମେ ଶ୍ରୀ ଚୈତନ୍ଯ ବିହାର ରେ ଆବିର୍ଭାବ ଉତ୍ସବ ଓ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ପ୍ରକାଶିତ ପୁସ୍ତକ “ଶ୍ରୀ ଚୈତନ୍ଯଙ୍କ ସ୍ତୋତ୍ର -ଅଷ୍ଟକ୍ ମହିମା ଗିତି” ଦେବାର୍ପଣ ହୋଇଥିଲା। ଏହି ଉତ୍ସବଟି ଗୁରୁଜଙ୍ଗ ଦ୍ବାରିକା ନଗର ଠାରେ ଆୟୋଜିତ ହୋଇଥିଲା। କାର୍ୟକ୍ରମରେ ଅତିଥି ମାନଙ୍କ ଦ୍ଵାରା ଏକ ଆଲୋଚନା ଚକ୍ର ଓ ଗ୍ରନ୍ଥ ଲୋକାର୍ପଣ୍ ହୋଇଯାଇଛି। ଏଥିରେ ପାଲ୍ଲା ଗୌର ରାଧା କୃଷ୍ଣ ମଦିରର ଅଧ୍ୟକ୍ଷ ଶ୍ରୀ ଭକ୍ତି ବନ୍ଧୁ ଭିକ୍ଷୁ ମହାରାଜ, ଶରଧାପୁର୍ ମଠାଧ୍ୟକ୍ଷ୍ୟ ଶ୍ରୀ ଭକ୍ତି କିରଣ ସାଗର ମହାରାଜ, ଶ୍ରୀ ବୋଧାୟନ ମହାରାଜ, ଶ୍ରୀ ଅନନ୍ତ ହରି ମହାରାଜ, ପଣ୍ଡିତ ଗୋଷ୍ଠ ବିହାରୀ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ବସନ୍ତ ଉତ୍ସବ ଓ ଓଡ଼ିଶାର ବୈଷ୍ଣବ ସାହିତ୍ୟରେ ଶ୍ରୀ ଚୈତନ୍ଯ ମହାପ୍ରଭୁଙ୍କ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଧୁ ମହାରାଜ, ଗୌରାଙ୍ଗ ପ୍ରଭୁ, ଜୋଗପତି ଦାସ, ସମ୍ପାଦକ ଜୟ ନାରାୟଣ ପଟ୍ଟନାୟକ, ଯୁଧିଷ୍ଠୀର ଛୁଆଳ ସିଂହ, ତ୍ରୈଲୋକ୍ୟ ନାଥ୍ ସାମନ୍ତରାୟ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଜିତେନ୍ଦ୍ରିୟ ପ୍ରଧାନ କର୍ୟକ୍ରମ୍ ସଞ୍ଜୋଜନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଫକିରାବାଦ ଉର୍ଦ୍ଦୁ ବିଦ୍ୟାଳୟେର ନେତାଜୀ ଜୟନ୍ତୀେ l
ସଂକୀର୍ତନ ଗୁରୁ ଚରଣ ବାରିକଙ୍କ ସ୍ମୃତିରେ ଶୋକ ସଭା l
ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ l