ବିଦାୟ ବେଳେ ଭାବବିହ୍ୱଳ ହେଲେ ଆଇଆଇସି ବିଶ୍ଵବନ୍ଦିନୀ ବାଘ।

ରାୟଗଡ଼ା: “ଆମ ଓଡ଼ିଶା ଖବର” କାଶୀପୁର ୧୯ ଜାନୁୟାରୀ ୨୦୨୬, ଜଣେ ପୋଲିସ ଅଧିକାରୀ କେବଳ ଆଇନର ରକ୍ଷକ ନୁହଁନ୍ତି, ବରଂ ଜଣେ ଭଲ ମଣିଷ ଭାବେ କିଭଳି ଜନସାଧାରଣଙ୍କ ହୃଦୟ ଜିତିପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଟିକିରି ଥାନା IIC ବିଶ୍ଵବନ୍ଦିନୀ ବାଘ। ତାଙ୍କର ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନାକୁ ବଦଳି ହେବା ପରେ ଆଜି ଟିକିରିଠାରେ ଏକ ଅଶ୍ରୁଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଆୟୋଜିତ ବିଦାୟ ଉତ୍ସବରେ ନିଜ ଭାବନାକୁ ସମ୍ଭାଳି ପାରିନଥିଲେ ମାଡାମ୍ IIC। ତାଙ୍କ ଆଖିର ଲୁହ ପ୍ରମାଣ କରୁଥିଲା ଟିକିରି ଅଞ୍ଚଳ ଓ ସେଠାକାର ଲୋକଙ୍କ ପ୍ରତି ତାଙ୍କର କେତେ ଶ୍ରଦ୍ଧା ଥିଲା।କେବଳ ଜଣେ କଠୋର ଅଧିକାରୀ ନୁହେଁ, ବରଂ ଜଣେ ସମ୍ବେଦନଶୀଳ ଓ ଆପଣାର ମଣିଷ ଭାବେ ସେ ଟିକିରି ଅଞ୍ଚଳରେ ନ୍ୟାୟ ଓ ମାନବିକତାର ଏକ ନୂତନ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିଦାୟ ଖବର ଶୁଣି ଥାନା ପରିସରରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଥାନା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ।
ଟିକିରିବାସୀଙ୍କ କହିବା କଥା, “ବିଶ୍ଵବନ୍ଦିନୀ ମାଡାମଙ୍କ ଭଳି ଅଧିକାରୀ ମିଳିବା ଅତ୍ୟନ୍ତ କଷ୍ଟକର।” ତାଙ୍କର ଏହି ବିଦାୟ ଟିକିରି ପାଇଁ ଏକ ବଡ଼ ଶୂନ୍ୟତା ସୃଷ୍ଟି କରିଛି। ତାଙ୍କର ଆଗାମୀ କର୍ମମୟ ଜୀବନ ଓ ନୂତନ ଦାୟିତ୍ୱ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି କାଶୀପୁର, ଟିକିରିବାସୀ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!