ବେଗୁନିଆପଡା, (ଆମ ଓଡିଶା ଖବର): ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପ୍ରତ୍ୟେକ ସରକାରୀ ବେସରକାରୀ ପ୍ରତିଷ୍ଠାନ ରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ପଞ୍ଚାୟତ ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀ ତଥା ପଞ୍ଚାୟତ ବାସୀଙ୍କ ନିମନ୍ତେ ଉଦବୋଧନ ଦେଇଥିଲେ ସରପଞ୍ଚ ନିଳେନ୍ଦ୍ରୀ ସେଠୀ । ଦେଶ ପାଇଁ ବଳିଦାନ ଦେଇଥିବା ସମସ୍ତ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏକ ମନ,ଏକ ପ୍ରାଣ,ଏକ ଜାତିର ଆହ୍ୱାନ ଦେଇଥିଲେ ଶ୍ରୀମତୀ ସେଠୀ । ଏହି ଅବସରରେ ସରପଞ୍ଚ ପ୍ରତିନିଧି ପୁର୍ଣ ଚନ୍ଦ୍ର ସେଠୀ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନା ଶବର, ଏଡିଇଓ ପ୍ରିୟଦର୍ଶିନୀ ମହାପାତ୍ର, ଯୋଗାଣ ସହାୟକ ଜିତେନ୍ଦ୍ର ପଟ୍ଟନାୟକଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ, ଗ୍ରୁପ ମହିଳା ଉପସ୍ଥିତ ଥିଲେ ।
ରିପୋର୍ଟ:ଦେବାଶିଷ ମହାରଣା


More Stories
ମଡ଼ର୍ଣ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ମା ବୈଷ୍ଣୋବି ମହିଳା ମହାସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ,ମନ ମୋହିଲା ନାଟକ “ଆମେ ସବୁ ମରି ସାରିଛୁ l
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ