ଅବସର ପ୍ରାପ୍ତ ଅଧ୍ୟାପକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ବିୟୋଗ l

ଜଟଣୀ: “ଆମ ଓଡ଼ିଶା ଖବର” ସାହିତ୍ୟ ସଂସଦର ବରିଷ୍ଠ ସଭ୍ୟ, ବିଶିଷ୍ଟ ପାଲାଗାୟକ ଓ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ରମାକାନ୍ତ ମିଶ୍ର ଆଉ ଆମ ଗହଣରେ ନାହାନ୍ତି। ଗତକାଲି ରାତି ଘ୩.୦୦ ସମୟରେ ଏମ୍ସ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ସେ ଏକାଧାରରେ ଜଣେ ବିଦ୍ବାନ ସଂସ୍କୃତ ପଣ୍ଡିତ, ସୁସାହିତ୍ୟିକ, ସୁବକ୍ତା, ସୁଲେଖକ, କବି, ଅନେକ ପୁସ୍ତକର ରଚୟିତା ସହିତ ଅତ୍ୟନ୍ତ ମିଷ୍ଟଭାଷୀ, ମେଳାପି, ସ୍ନେହୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁରେ ଜଟଣୀ ସାହିତ୍ୟ ସଂସଦର ଅପୂରଣୀୟ କ୍ଷତି ସହ ଜଟଣୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅଵର୍ତ୍ତମାନରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି। ଏଇ ଦୁଃଖ ସହ୍ୟ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଶକ୍ତି ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ଏତିକି ବିନୀତ ପ୍ରାର୍ଥନା।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!