କେନ୍ଦ୍ରାପଡ଼ା(ଆମ ଓଡିଶା ଖବର )ତା 27/01- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ବୃନ୍ଦାବନଜୀଉଙ୍କ ପୀଠରେ ଚଳିତ ବର୍ଷର ଦୋଳ ପୁର୍ଣିମା ହୋଲି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ବିଭିନ୍ନ ମଠର ପିଠାଧୀଶମାନଙ୍କୁ ନେଇ ଦୋଳ ମେଲଣ କିପରି ସଫଳତାର ସହ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ପିଠାଧୀଶ ପ୍ରଫୁଲ୍ଲ ପଣ୍ଡାଙ୍କ ପୌରହିତ୍ୟରେ ବିଭିନ୍ନ ମଠରେ ଅନୁଷ୍ଠିତ ହେଉଥିବା ମେଲଣ ର ତାରିଖ ଓ ସମୟ ନିର୍ଘଣ୍ଟ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା I ମହନ୍ତ ଅଭୟ ଚରଣ ଦାସ, କୃଷ୍ଣଚନ୍ଦ୍ର ପଣ୍ଡା,ସତ୍ୟବ୍ରତ ଦାଶ,ଯୁଧିଷ୍ଠିର ଦାସ, ଅନିଲ ରାଉତ, ଦୀପକ ଦାଶ, ରାମଚନ୍ଦ୍ର ଦାସ, ଅନନ୍ତ ଚରଣ ପରିଡା, ପ୍ରମୋଦ ଭଳ, ପ୍ରଭାତ ପରିଡା, ରସାନନ୍ଦ ବରାଳ, ଧୀରେନ୍ଦ୍ର ରାଉତ, ଦେବବ୍ରତ ଭଳ,ଯଦୁମଣି ସାମଲ, ସେବକ ରବୀନ୍ଦ୍ର ପରିଡା, ଗଗନ ମହାଳିକ, ବିଚିତ୍ରାନନ୍ଦ ବେହେରା, କିଶୋର ରାଉତ,ନିରାକାର ବିଶ୍ୱାଳ,ଦେବେନ୍ଦ୍ର ବିଶ୍ୱାଳ ଦିଲ୍ଲୀପ ବିଶ୍ୱାଳ,ନରେନ୍ଦ୍ର ଧଳ,କମଳାକାନ୍ତ ପଣ୍ଡା, ଗୁରୁଚରଣ ପଣ୍ଡା,ଦିବ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେବା ସହିତ ପ୍ରତ୍ୟେକ ମଠର ମେଲଣ ସଫଳ କରିବା ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ I ଶେଷରେ ଯଦୁମଣି ସାମଲ ଧନ୍ୟବାଦ ଦେଇଥିଲେ I
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l
ଦୋଳ ମେଲଣ ପାଇଁ ପ୍ରସ୍ତୁତି ବୈଠକ l


More Stories
ଅବସର ପ୍ରାପ୍ତ ଅଧ୍ୟାପକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ବିୟୋଗ l
ବେଗୁନିଆପଡ଼ାରେ ମିନି ମାରାଥନ୍, ଭାଗନେଲେ ବହୁ ଯୁବ ଛାତ୍ର l
ସୁପର-ସଣ୍ଡେ ସୋସିଆଲ କ୍ଲବ’ ପକ୍ଷରୁ ରକ୍ତଦାନ ଶିବିର l