ପ୍ରଥମ ଶ୍ରେଣୀ ପିଲା ଶୁଣୁଛି ପଞ୍ଚମ ଶ୍ରେଣୀ ପାଠ l

ବେଗୁନିଆପଡା, (ଆମ ଓଡିଶା ଖବର):ଶିକ୍ଷା ବିଭାଗରେ ପୁଣି ସେଇ ସମାନ ଚିତ୍ର । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରିଖମା ପଞ୍ଚାୟତର ଦ୍ୱାରଶୁଣି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା କଥା ନକହିଲେ ଭଲ । ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ଚାଲିଛି,ମୋଟ ୪୫ କୁନି ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି କିନ୍ତୁ ସବୁ ଛାତ୍ର ଛାତ୍ରୀ ଗୋଟିଏ ଘରେ ହିଁ ବସି ପଢ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ପୁରୁଣା ଟିଣ ଘର ଅଛି ହେଲେ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଅଛି । ସୂଚନା ପ୍ରକାରେ ଏହି ବିଦ୍ୟାଳୟର ମରାମତି ଲାଗି ୨୦୨୪-୨୫ ଆର୍ଥିକ ବର୍ଷରେ ୪,୬୬,୮୮୦ ଟଙ୍କା ବ୍ୟୟ ଅଟକଳ ଥାଇ ମଧ୍ୟ ବିଦ୍ୟାଳୟର ଅଧା ଆଜବେଷ୍ଟସ ବାହାର କରି ନିଆ ଯାଇଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ସେଇ ବାରଣ୍ଡାରେ ପିଲାମାନେ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ଏସବୁ ଜାଣି ପାରୁ ନାହାନ୍ତି କେମିତି ?ନା ଜାଣି ଶୁଣି ପିଲାଙ୍କ ଭବିଷ୍ୟତ ସହିତ ଖେଳା ଯାଉଛି, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ମରାମତି ନିମନ୍ତେ ବ୍ୟୟ ମଂଜୁର ହୋଇଥିବା ବେଳେ କାହିଁକି ଏହାର କାର୍ଯ୍ୟ ଅଟକି ରହିଛି ତାକୁ ନେଇ ମଧ୍ୟ କୌଣସି ସ୍ପଷ୍ଟ ମତାମତ ମିଳି ପାରିନାହିଁ । ଏ ନେଇ ଆମେ ବେଗୁନିଆପଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ରଞ୍ଜନ ବିଶ୍ୱାଳ ଙ୍କ ସହିତ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ,କୋଉ ପରିସ୍ଥିତିରେ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ତାହା ସିଏ ଦେଖିବା ପରେ ଉଚିତ ପଦକ୍ଷେପ ନେବେ । ତେବେ ଏତେ ଦିନ ଧରି ଏହି ବିଦ୍ୟାଳୟ ଟି ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିଲେ ବି କେମିତି ବିଭାଗ ର ନଜର କୁ ଆସୁନି । ତେଣୁ ଏହି ବିଦ୍ୟାଳୟ ଟି ପୁନଃ ମରାମତି କରାଗଲେ ଛାତ୍ର ଛାତ୍ରୀ ଉପକୃତ ହେବା ସହ ଏକ ଶୈକ୍ଷିକ ପରିବେଶ ସୃଷ୍ଟି ହେବା ନେଇ ଆଶା ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା ।

ରିପୋର୍ଟ:ଦେବାଶିଷ ମହାରଣା

error: Content is protected !!