ଖୋର୍ଦ୍ଧା: “ଆମ ଓଡ଼ିଶା ଖବର”୧୧ ପେବୃଆରୀ, ଖୋର୍ଦ୍ଧା ଥାନା ଅନ୍ତର୍ଗତ ସଗ୍ନେଶ୍ୱର ସାହିର ୨୬ ବର୍ଷିଆ ମାନସ ସାହୁ ବ୍ରାଉନସୁଗାର ବେପାରରେ ଖୁବ୍ ପାରଙ୍ଗମ। ଅବକାରୀ ବିଭାଗ ବାନ୍ଧିଲା ପରେ, ପ୍ରକୃତ ତଥ୍ଯ ପୋଲିସ ହାତରେ ପଡିଲା। ଆସନ୍ତୁ ଜାଣିବା ପ୍ରକୃତ ଘଟଣା କଣ ରହିଛି। ୨୦୨୧ ମସିହା ଏପ୍ରିଲ ୬ ତାରିଖରେ କଟକ ଅବକାରୀ ମୋବାଇଲ ୟୁନିଟ୍ ମହିଳା ମହାବିଦ୍ୟାଳୟ ରାସ୍ତା ନିକଟରୁ ମାନସଙ୍କୁ ଧରିଥିଲା ଅବକାରି ପୋଲିସ I ତାଙ୍କ ଠାରୁ ୩୨୫ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୧୫ ହଜାର ଟଙ୍କା ଜବତ କରିଥିଲା। ଏନଡିପିଏସ ଆକ୍ଟରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥଲା । ଖୋର୍ଦ୍ଧା କୋର୍ଟରେ ତାଙ୍କ ମାମଲା ବିଚାରଧନ ରହିଥିଲା। ସେହି ମାମଲାର ବିଚାର କରି ମାନ୍ୟବର ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଭିତି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ଏବେ ବ୍ରାଉନସୁଗାର ମାମଲାର ରାୟ ବିଚାର କରି ପ୍ରଥମ ଅତିରିକ୍ତ ଜିଲା ଦୌରା ଜଜ୍ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ, ଏକ ଲକ୍ଷ ଟଙ୍କା ଜରିମାନା ଅଣାଦେୟ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସରକାରଙ୍କ ପକ୍ଷରୁ ସତନ୍ତ୍ର ଓ ଅତିରିକ୍ତ ପ୍ଳବିକ ପ୍ରସିକ୍ୟୁଟ ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।
ଖୋର୍ଦ୍ଧା ଜଟଣୀରୁ ଧରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।