କେନ୍ଦ୍ରାପଡ଼ା (ଆମ ଓଡିଶା ଖବର )14/02 ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଧାନେଶ୍ୱରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାରଙ୍କ ବ୍ରହ୍ମ ଏକାକ୍ଷର ମେଳା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ! ପୀଠର ପିଠାଧୀଶ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ପ୍ରଶାନ୍ତ ପଣ୍ଡା, ସେବକ ରତିକାନ୍ତ ଧଳ, ଗଗନ ମହାଳିକ, କବି ନୃସିଂହ ରାଉତଙ୍କ ତତ୍ୱାବଧାନରେ ଓ ସଚ୍ଚିଦାନନ୍ଦ ଧଳ, ମଧୁସ୍ମିତା ଧଳ ଙ୍କ ପୌରାହିତ୍ୟରେ ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ମେଳାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଜନସାଧାରଣ ଯୋଗଦେଇ ପୂଜା ପାଠ କରିଥିଲେ l ଆୟୋଜିତ ମେଳାରେ 15ନମ୍ବର ଜୋନ ର ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ସୁକାନ୍ତ ରାଉତ, କିଶୋର ରାଉତ,କ୍ଷୀରୋଦ ରାଉତ,ଶିକ୍ଷାବିତ ବିଚିତ୍ରାନନ୍ଦ ବେହେରା, ଅନ୍ତର୍ଯ୍ୟାମୀ ନାୟକ, ଗଗନ ଧଳ, ନକୁଳ ମଳିକ, ବାବୁରାମ ସେଠି, ଘନଶ୍ୟାମ ମଳିକ, କୁଳମଣି ଧଳ, ଶାନ୍ତିଲତା ଧଳ,କୁଞ୍ଜଲତା ଧଳ, ସାଇଶ୍ରଦ୍ଧା ଧଳ, ମନୋସ୍ୱିନୀ ବିଶ୍ୱାଳ, ନରେନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଭଗବତ କାର୍ଯ୍ୟରେ ଭାଗ ନେଇ ଥିଲେ । ପଣ୍ଡିତ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୂଜାର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଥିଲା । ଶେଷରେ ସଚ୍ଚିଦାନନ୍ଦ ଧଳ,ମଧୁସ୍ମିତା ଧଳ ପୂର୍ଣ୍ଣ ଆହୁତି ପ୍ରଦାନ କରିଥିଲେ l
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।
ପୁର୍ବତଟ, ଲୋକ ପ୍ରିୟ ରେଳ କର୍ମଚାରୀଙ୍କ ଅକାଳ ବିୟୋଗ।