ବରିଷ୍ଠ ନାଗରିକ ଙ୍କ ସାମାଜିକ ସୂରକ୍ଷା ସମ୍ପର୍କିତ କର୍ମଶାଳା।

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ତା:- ୨୫.୦୨.୨0୨୬
ରାୟଗଡା ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ବୁଧବାର ବରିଷ୍ଠ ନାଗରିକ ଙ୍କ ଆଇନ ସଚେତନତା, ଆର୍ଥିକ ସାକ୍ଷରତା ଓ ସାଇବର ଠକେଇ ବାବଦରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ରାୟଗଡ଼ ବ୍ଳକ ସଦଭାବନା ସଭା ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ | ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ପଣ୍ଡା, ଲିଡ ବ୍ୟାଙ୍କ ମ୍ୟାନେଜର ଦେବେନ୍ଦ୍ର ବାଉରୀ, ଏଡିଏମଓ ଡ: ମମତା ଚୌଧୁରୀ, ଡ: ଏଲ ପି ଦାସ, ରାୟଗଡ଼ ବ୍ଳକ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା, ସାଇବର ବିଶେଷଜ୍ଞ ଇନିସପେକ୍ଟର ଅବିନାଶ ରେଡ୍ଡୀ, ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୂଖ ମଞ୍ଚାସୀନ ଥିଲେ।
ପୂର୍ବାହ୍ନ ଆଠ ଘଟିକା ସମୟରେ ଉପସ୍ଥିତ ବରିଷ୍ଠ ନାଗରିକ ଯୋଗ ଅଭ୍ୟାସ ଓ ସ୍ଵାସ୍ଥ୍ୟ ପରିକ୍ଷା କରାଯାଇଥିଲା। ଦିବା ଦଶ ଘଟିକା ସମୟରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯ ଅର୍ପଣ କରି କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଥିଲା।
ଡ: ମମତା ଚୌଧୁରୀ ସୁସ୍ଥ ରହିବାର ମୂଳମନ୍ତ୍ର ପ୍ରଦାନ କରିଥିଲେ। ଏଲ ଡି ଏମ୍ ଶ୍ରୀ ବାଉରୀ ବରିଷ୍ଠ ନାଗରିକ ନିମନ୍ତେ ଉଦ୍ଦିଷ୍ଟ ବ୍ୟାଙ୍କ ସେବା ସହ ଜୀବନ ବୀମା, ସ୍ଵାସ୍ଥ୍ୟ ସେବା ବୀମା, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ, ଆୟୁଷ୍ମାନ ବାୟୋ ବନ୍ଦନା, ଆୟ କର ଅଧିନିୟମ ବିଷୟରେ ସଚେତନ କରିଥିଲେ।ଇନ୍ସପେକ୍ଟର ଅବିନାଶ ରେଡ୍ଡୀ ସାଇବର ଠକେଇର ପ୍ରକାର ଯଥା ଏଟିଏମ ଠକେଇ, କ୍ଲୋନିଙ୍ଗ , ୟୁପିଆଇ, ହ୍ବାଟ ସ ପ୍, ଫେସ ବୁକ, କେୱାଇସି, ଏପିକେ ଫାଇଲ ତଥା ଅଧିକ ସୁଧ ପ୍ରଦାନ ଲୋଭ ଦେଖାଇ ଠକେଇ ଆଦିର ଦୃଷ୍ଟାନ୍ତ ମାଧ୍ୟମରେ ସଚେତନ କରିଥିଲେ ।
ଡ: ଦୁଷ୍ମନ୍ତ କୁମାର ମହାନ୍ତି ସାମ୍ପ୍ରତିକ ପରିସ୍ଥିରେ ଜଗତୀକରଣ ର କୁପ୍ରଭାବ ସମାଜର ଗତିବିଧି ଆୟତ୍ତ କରିବାକୁ ହେଲେ ସଚେତନ ହେବା ସହ ମିଳିତ ଭାବରେ ଏହାର ମୁକାବିଲା ପାଇଁ ଆହ୍ଵାନ ଦେଇଥିଲେ। ଜିଲ୍ଲା ବରିଷ୍ଠ ନାଗରିକ ସଂଘରେ 250 ରୁ ଉର୍ଦ୍ଧ ସଦସ୍ୟ ବରିଷ୍ଠ ନାଗରିକ ଙ୍କ ସ୍ଵାର୍ଥ ରକ୍ଷା ନିମନ୍ତେ କାର୍ଯ୍ୟରତ ଥିବା ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ର ଏତାଦୃଶ କର୍ମଶାଳା ମାଧ୍ୟମରେ ପ୍ରଚେଷ୍ଟାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରେ ବରିଷ୍ଠ ନାଗରିକ ସଂଘ ଉପସଭାପତି ଶ୍ରୀ ସି ଏସ ପାତ୍ର ଏବଂ ସମ୍ପାଦକ ଶ୍ରୀ ବଳଦେବ ଥାପ୍ପାଙ୍କୁ ସମ୍ମାନିତ କରାଯାଇଥିଲା।

ଶେଷରେ ରାୟଗଡ଼ ସଦର ବ୍ଳକ ର ତିରିଶି ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଜିଲ୍ଲା ଓ ରାୟଗଡ଼ ବ୍ଲକର ସାମାଜିକ ସୂରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କର୍ମକର୍ତ୍ତା ସହଯୋଗ କରିଥିଲେ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!