ପୁରୀଜିଲ୍ଲା (ଆମ ଓଡ଼ିଶା ଖବର)ଡେଲାଙ୍ଗତା ୨୧-୨-୨୬ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଙ୍ଗଳ ପଞ୍ଚାୟତର ତାରିଣୀ ମନ୍ଦିର ନିକଟରୁ ବେଆଇନ ଖଣି ଖାଲରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଡେଲାଙ୍ଗ ଥାନାକୁ ଜଣାଇଥିଲେ।ସୂଚନା ପାଇ ଡେଲାଙ୍ଗ ଥାନା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ଡେଲାଙ୍ଗ ଥାନା ଅଧିକାରୀଣୀ, ହରିରାଜପୁର ଫାଣ୍ଡି ଅଧିକାରୀ, ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତ ବ୍ୟକ୍ତିର ପ୍ରକୃତ ପରିଚୟ ଏଯାଏଁ ମିଳିପାରିନାହିଁ। ଏପଟେ ବେଆଇନ ଖଣି ଭିତରେ ମରି ପଡ଼ିଥିବା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।ଯୁବକ ଜଣକ କୋଉଠୁ ଆସିଥିଲେ କାହିଁକି ଆସିଥିଲେ ନା ତାଙ୍କୁ ଏ ସ୍ଥାନକୁ ଆଣି ହତ୍ୟା କରାଯାଇଛି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ଆଶା କରାଯାଉଛି।
ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.