
ରାୟଗଡା ଜିଲ୍ଲା(ଆମ ଓଡିଶା ଖବର )ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୫.୦୨.୨୦୨୬ ରିଖ ବୁଧୁବାର ଦିନ ଘ ୧୧.୦୦ମି ରେ ସ୍ଥାନୀୟ ବଡ ଇରକୁବାଡି ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଓ ଜିଲ୍ଲା ଶ୍ରମ ବିଭାଗ ମିଳିତ ଆନୁକୁଲ୍ୟରେ ଶ୍ରମ ଆଇନ ଏବଂ ପ୍ରବାସୀ ଶ୍ରମିକ, ସଡକ ସୁରକ୍ଷା, ଏମ୍.ଏ.ସିଟି, ଏମ୍.ଭି ଆକ୍ଟ, ଏମ୍.ସି.ଟି.ଏ.ପି, ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯ୍ୟକ୍ରମ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାର ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ ରବିନ୍ଦ୍ରନାଥ ତ୍ରିପାଠୀ, ଜିଲ୍ଲାର ଅତିରିକ୍ତ ଶ୍ରମ ଅଧିକାରୀ, ବଡ ଇରକୁବାଡି ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ I ନିଜର ବକ୍ତବ୍ୟରେ ରାୟଗଡା ଜିଲ୍ଲାର ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ ରବିନ୍ଦ୍ରନାଥ ତ୍ରିପାଠୀ ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ଥିବା ସରକାରଙ୍କ ର ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ I ସେହିପରି ଉପସ୍ଥିତ ଥିବା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ସଡକ ସୁରକ୍ଷା, ମୋଟରଯାନ ଆଇନ୍ (Motor Vehicle Act) କୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତଙ୍କ ନିକଟରେ ମଟର ଦୁଘଟଣା ଜନିତ କ୍ଷତିପୂରଣ ର ଶିକାର ହେଉଥିବା ପିଡିତା ମାନଙ୍କୁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶି ଯଥା ସମୟରେ ପହଁଞ୍ଚାଇବା ପାଇଁ ମାନ୍ୟବର ହାଇକୋର୍ଟ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେ ସଂପର୍କରେ ଆଲୋଚନା କରିବା ସହିତ ଶ୍ରମିକ ମାନଙ୍କର ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇଁ କହିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ଅନ୍ୟ ସ୍ଥାନକୁ କାର୍ଯ୍ୟ କରିବା ପାଇଁ ଗଲେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ପଞ୍ଜିକରଣ କରିବା ପାଇଁ ସମସ୍ତ ଶ୍ରମିକ ମାନଙ୍କୁ ଅନୁରୋଧ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ବଡ ଇରକୁବାଡି ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମବାସୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ବରିଷ୍ଠ ନାଗରିକ ଙ୍କ ସାମାଜିକ ସୂରକ୍ଷା ସମ୍ପର୍କିତ କର୍ମଶାଳା।
ରାୟଗଡଡା ରେ “ଆମେ ପଢ଼ିବା ଆମ ଭାଷାରେ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ l
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …