ରିପୋର୍ଟ :ରାକେଶ
କୋଦଳା, (ଆମ ଓଡ଼ିଶା ଖବର ): ଆସିକା ଠାରୁ ଭୁବନେଶ୍ୱର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୋଦଳା ଦେଇ ଯାଇଥିବା ବସ ଷ୍ଟାଣ୍ଡ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ପଥରି ଠାକୁରାଣୀ ସମ୍ମୁଖ ରାସ୍ତା ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।ବିଶେଷ କରି ବର୍ଷା ସମୟରେ ସେହି ଗାତ ଟି ଜଳପୂର୍ଣ୍ଣ ରହୁଥିବାରୁ ଦୁର୍ଘଟଣା ହେବାର ସମ୍ଭାବନା ଢେର ଅଧିକ। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଠୁ 900 ମିଟର ଦୂରରେ ଏହି ଖରାପ ରାସ୍ତା ଥିବା ସତ୍ୱେ ବିଭାଗୀୟ କର୍ତୃପକ୍ଷ ନଜରକୁ ଆସିଛି ନା ଜାଣିଶୁଣି ଏହାକୁ ଅବହେଳା କରାଯାଉଛି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ଛୋଟ ବଡ଼ ଖାଲଖମା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି। ତେବେ କିଛି ଦିନ ହେବ ଏହି ଜାଗାରେ ଏତେ ବଡ଼ ଗାତ ସୃଷ୍ଟି ହୋଇଥିବା ବେଳେ ଆଜି ଯାଏଁ କେମିତି ତାହା ବିଭାଗର ଅଫିସରଙ୍କୁ କୁ ଆସିନି ତାହାକୁ ନେଇ ପ୍ରଶ୍ନ ଉଠୁଛି । ତେବେ ଏହି ଖାଲରେ ସ୍ଥାନୀୟ ଲୋକ ଇଟା ଆଉ ବାଡ଼ି ସାହାଯ୍ୟରେ ଏକ ଜରି ରଖି ସଚେତନ କରିଥିବା ଦେଖିବାକୁ ମିଳିଛି । ଏ ନେଇ ପିଡବୁଡି ଜେ.ଇ ଙ୍କୁ ଯୋଗାଯୋଗ ସମ୍ଭବ ହୋଇନାହିଁ । ଯଦି ଏହି ଗର୍ତ୍ତ ଖୁବ ଶୀଘ୍ର ମରାମତି କରା ନଯାଏ ତେବେ ଦୁର୍ଘଟଣା ଘଟିଲେ ସମ୍ପୃକ୍ତ ବିଭାଗ ଦାୟୀ ରହିବ କି ବୋଲି ସାଧାରଣ ଲୋକେ ପ୍ରଶ୍ନ କଲେଣି |
More Stories
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ
ପୀତବାସ ପଣ୍ଡାଙ୍କ ମୃତ୍ୟୁରେ ଓଡ଼ିଶା ଡିଜିଟାଲ ଗଞ୍ଜାମ ମିଡିଆ ଆସୋସିଏସନ୍ ତରଫରୁ ଶୋକସଭା।