ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଶା ଖବର): ବେଗୁନିଆପଡା ବ୍ଲକ ଅନ୍ତର୍ଗତ କନିଆରୀବାଡ଼ି ସ୍ଥିତ ମା ପାଦୁକେଇ ମନ୍ଦିର ଠାରେ ବିଜେପି ଅଙ୍ଗାରଗାଁ ମଣ୍ଡଳ ତରଫରୁ ମା ପାଈଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ସବୁଠି ହେବାକୁ ଥିବା କହିଛନ୍ତି ଅଙ୍ଗାରଗାଁ ମଣ୍ଡଳ ସଭାପତି ନାରାୟଣ ସୁମନ୍ତରାୟ | ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ମଣିଷ ବଞ୍ଚିବ ନାରା ଦେଇ ବିଜେପି ତରଫରୁ ଏହି ଅଭିଯାନ କୁ ଗ୍ରାମବାସୀ ସ୍ୱାଗତ କରୁଥିବା ମଧ୍ୟ ଦେଖା ଦେଇଛି | ତେବେ ବର୍ଷା ଦିନରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ଆହୁରି ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ନେଇ ଆଶା ବାନ୍ଧିଛନ୍ତି ପରିବେଶ ପ୍ରେମୀ | ଅଙ୍ଗାରଗାଁ ବିଜେପି ମଣ୍ଡଳ ପକ୍ଷରୁ ଆୟୋଜିତ ଏଭଳି ପଦକ୍ଷେପକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା | ଏହି କାର୍ଯ୍ୟକ୍ରମ ରେ ବହୁ ବିଜେପି କର୍ମୀ ଉପସ୍ଥିତ ରହି ସହଯୋଗ କରୁଥିବା ମଧ୍ୟ ଦେଖା ଦେଇଛି |


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l