ବେଗୁନିଆପଡା ବ୍ଲକରେ ମନରେଗା ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ l

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଳକରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ସମଗ୍ର ଶିକ୍ଷା ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗତ ତା- ୦୧/୦୪/୨୦୨୫ ରିଖ ଠାରୁ ତା- ୩୦ /୦୯/୨୦୨୫ ରିଖ ମଧ୍ୟରେ ହୋଇଥିବା କାର୍ଯ୍ୟ ଗୁଡିକର ଜନ ଶୁଣାଣୀ ହୋଇଥିଲା । କେତେକ ବିଦ୍ୟାଳୟରେ ବାଉଣ୍ଡେରୀ ୱାଲ, ଖେଳ ପଡିଆ, ପାଇଖାନା ଓ ଅତିରିକ୍ତ ଶ୍ରେଣୀ ଗୃହ ନ ଥିବା ଆଲୋଚନା ହୋଇଥିବା ବେଳେ କେତେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଛାତ୍ରଛାତ୍ରୀଙ୍କୁ ପୋଷାକ ନିମ୍ନମାନର ପ୍ରଦାନ କରାଯାଉଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ଅନେକ ଯୋଜନାରେ ପ୍ରକଳ୍ପ ମଞ୍ଜୁରୀ ହୋଇଥିଲେ ମଧ୍ୟ କାମ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା । ଏଥିରେ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା ,ବିଡିଓ ଦିବ୍ୟ ରଞ୍ଜନ ବିଶ୍ୱାଳ,ଏ ଵି ଡି ଓ ନିରଞ୍ଜନ ବେହେରା, ଵି ଇ ଓ ରୁଦ୍ର ନାରାୟଣ ସାହୁ, ଜିଲ୍ଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ନାଥ ମଲାଣି,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ବ୍ଲକ ସାମାଜିକ ସମୀକ୍ଷକ ରାଜେନ୍ଦ୍ର କୁମାର ସାହୁ,ଏ ପି ଓ ରଞ୍ଜନ କୁମାର ନାହାକ ,ସରପଞ୍ଚ,ସମିତିସଭ୍ୟ, କନିଷ୍ଠ ଯନ୍ତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ପି ଇ ଓ,ଏ ଡି ଇ ଓ , ଭି ଆର ପି ମାନେ ଉପସ୍ଥିତ ଥିଲେ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!