ସୁପ୍ରିମକୋର୍ଟ ସୁଣାଇଲେ ମହିଳାମାନଙ୍କ ୠତୁସ୍ରାବ ଛୁଟି ବାତିଲ୍।

ସୁପ୍ରିମକୋର୍ଟ: “ଆମ ଓଡିଶା ଖବର” ସାରା ଦେଶରେ ମାସିକ ଋତୁସ୍ରାବ ଜନିତ ଛୁଟି ନିୟମ ଆଣିବା ପାଇଁ ହୋଇଥିବା ଆବେଦନକୁ ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମହିଳାମାନଙ୍କ ପାଇଁ ଋତୁସ୍ରାବକାଳୀନ ଛୁଟି ନିୟମକୁ ଶୁକ୍ରବାର ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତିଯେ, ଋତୁସ୍ରାବ ଜନିତ ବାଧ୍ୟତାମୂଳକ ଛୁଟି ମହିଳାମାନଙ୍କ ନିଯୁକ୍ତି ଉପରେ ପ୍ରଭାବ ପକାଇପାରେ। ଯଦି ଏହାକୁ ଆଇନରେ ପରିଣତ କରାଯାଉଛି ତେବେ ନିଯୁକ୍ତିଦାତାମାନେ ମହିଳାମାନଙ୍କୁ ନିଯୁକ୍ତି ଦେବାରେ ଅମଙ୍ଗ ହେବେ। ଏହାସହିତ ମହିଳାଙ୍କୁ ଭିନ୍ନ ଦୃଷ୍ଟିକୋଣରେ ଦେଖାଯିବ। ଏହାଦ୍ବାରା ଅଜାଣତରେ ଲିଙ୍ଗଗତ ଧାରଣା ମଧ୍ୟ ସୃଷ୍ଟି ହେବ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ଦ୍ବାରା ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି। ଜଷ୍ଟିସ ସୂର୍ୟ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠରଃ କହିଛନ୍ତି ଯେ, ଏହାକୁ ଆଇନ ଭାବରେ ପରିଣତ କରିବା ଦ୍ୱାରା ମହିଳାଙ୍କ ଚାକିରି ଉପରେ ପ୍ରଭାବ ପକାଇବ। ଏହାଦ୍ବାରା ସେମାନଙ୍କୁ ନ୍ୟାୟିକ କିମ୍ବା ସରକାରୀ ଚାକିରିରେ କେହି ନେବେ ନାହିଁ। ଏଥିରେ ମହିଳାଙ୍କ କ୍ୟାରିୟର ଶେଷ ହୋଇଯିବାର ଆଶଙ୍କା ରହିଛି। ସୂଚନା ଅନୁସାରେ, ଆବେଦନକାରୀ ଚାହୁଁଥିଲେ, ସୁପ୍ରିମ୍‌କୋର୍ଟ ମହିଳା କର୍ମଚାରୀ କିମ୍ବା ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ସମୟରେ ଛୁଟି ଦେବାକୁ ନିଶ୍ଚିତ କରନ୍ତୁ। କିନ୍ତୁ ପ୍ରଧାନ ବିଚାରପତି ଏପରି ନିଷ୍ପତ୍ତି ମହିଳାମାନଙ୍କ ବିରୁଦ୍ଧରେ ଯିବ କହି ଖାରଜ କରିଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଏମ୍‌ଆର୍ ସମ୍‌ସାଦଙ୍କ ଅନୁଯାୟୀ, ୨୦୧୩ରେ କେରଳ ସରକାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଋତୁସ୍ରାବ ଛୁଟି ଦେବା ନେଇ ଏକ ନିୟମ ଲାଗୁ କରିଥଲେ । ଏହି ନିୟମକୁ ମାନି କିଛି ଘରୋଇ କମ୍ପାନି ମଧ୍ୟ ସେମାନ ସୁବିଧା ପ୍ରଦାନ କରିଥିଲେ। କିନ୍ତୁ ଏହାର ଉତ୍ତରରେ ପ୍ରଧାନ ବିଚାରପତି କହିଥିଲେଯେ,ଏହା ସ୍ୱେଚ୍ଛାକୃତ ବ୍ୟାପାର। ସ୍ୱେଚ୍ଛାକୃତ ଭାବେ କେହି ବି ମହିଳାମାନଙ୍କୁ ଏପରି ସୁବିଧା ଦେବାରେ ବାରଣ କରାଯିବ ନାହିଁ। କିନ୍ତୁ ଏହାକୁ ଆଇନରେ ବାଧ୍ୟତାମୂଳକ କରିବା ଅର୍ଥ ମହିଳାଙ୍କ କ୍ୟାରିୟର ଉପରେ ଗୁରୁତର ପ୍ରଭାଵ ପକେଇବ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!