ଗଞ୍ଜାମ (ଆମ ଓଡ଼ିଶା ଖବର ) ବ୍ରହ୍ମପୁର, ତା. ୨୨ ମାର୍ଚ୍ଚ ବ୍ରହ୍ମପୁରର ବିଶିଷ୍ଟ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ବିକାଶ (BIKAS)” ର ନୂତନ କାର୍ଯ୍ୟକାରି କମିଟି ଆଜି ଗଠନ କରାଯାଇଛି। ଏହି ଅବସରରେ ସ୍ଥାନୀୟ କମାପଲ୍ଲୀ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ଘୋଷଣା ଅନୁଯାୟୀ, କମିଟି ଗଠନ ପାଇଁ ବିଶିଷ୍ଟ ସମାଜସେବୀ ଶ୍ରୀ ମେଘନାଥ ବେହେରାଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ନିର୍ଦ୍ଦେଶରେ ନିର୍ବାଚନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ନୂତନ କମିଟିରେ ଗୋକୁଲ ବେହେରାଙ୍କୁ ସଭାପତି, ଜ୍ୟୋତି କୃଷ୍ଣ ବେହେରାଙ୍କୁ ଉପସଭାପତି, ରବି ନାରାୟଣ ବେହେରାଙ୍କୁ ସାଧାରଣ ସମ୍ପାଦକ, ମଣ୍ଡଳ ଶଶିଙ୍କୁ ସମ୍ପାଦକ ଓ ଶ୍ରୀ ଗୁଣନିଧି ବେହେରାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି l ଏହାସହ ଲକ୍ଷ୍ମୀ ନାରାୟଣ ବେହେରା, ପ୍ରଶାନ୍ତ କୁମାର ବେହେରା, ତ୍ରିବେଣୀ ବେହେରା ଓ ମେଘନାଥ ବେହେରାଙ୍କୁ କାର୍ଯ୍ୟକାରି ସଦସ୍ୟ ଭାବେ ଚୟନ କରାଯାଇଛି। ନୂତନ କାର୍ଯ୍ୟକାରି କମିଟି ଦ୍ୱାରା ଉପଦେଷ୍ଟା ମଣ୍ଡଳୀରେ ଅବନୀ ଗୟା, ଡ଼ା. ରାଜେନ୍ଦ୍ର କୁମାର ବେହେରା, ଡ଼ା. ଗୋପବନ୍ଧୁ ବେହେରା ଓ ଲାଲ ବିହାରୀ ବେହେରାଙ୍କୁ ମନୋନୀତ କରାଯାଇଛି।
ବୈଠକ ଶେଷରେ ସମସ୍ତ ସଦସ୍ୟମାନେ ନିର୍ବାଚନ ଅଧିକାରୀ ଶ୍ରୀ ମେଘନାଥ ବେହେରାଙ୍କୁ କୃତଜ୍ଞତା ଜଣାଇଥିଲେ। ଆସନ୍ତା ରବିବାର ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରି ନିଜ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ