ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଲଛୀପୁର ଗ୍ରାମର ବିଶିଷ୍ଠ ବ୍ରାହ୍ମଣ ବାଲ୍ମୀକି ମିଶ୍ର ଙ୍କ (70) ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସ୍ବର୍ଗତ ମିଶ୍ର ବେଗୁନିଆପଡା ଅଂଚଳରେ ଏକ ନୈଷ୍ଠୀକ ବ୍ରାହ୍ମଣ ଭାବେ ବେଶ ପରିଚିତ ଥିବା ବେଳେ ଗତ କିଛି ଦିନ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ । ଆଜି ପବିତ୍ର ହୋଲିରେ ଲଛିପୁର ଗ୍ରାମ ଚଳ ଚଞ୍ଚଳ ଥିବାବେଳେ ମଧ୍ୟାହ୍ନ ସମୟରେ ସ୍ବର୍ଗତ ମିଶ୍ରଙ୍କ ଦେହାନ୍ତ ଘଟିବା ଖବର ପ୍ରସାରିତ ହେବା ପରେ ତାଙ୍କ ବାସଭବନକୁ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳରୁ ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ସ୍ବର୍ଗତ ମିଶ୍ର ପ୍ରଭୁ ଆଖଣ୍ଡଳମଣିଙ୍କ ପ୍ରିୟ ଭକ୍ତ ଥିବାବେଳେ ଅଞ୍ଚଳରେ ବିଭିନ୍ନ ବ୍ରାହ୍ମଣ କର୍ମ କରି ବେଶ ସୁ-ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ପୁଅ ଯୋଗେନ୍ଦ୍ର ମିଶ୍ର, ସାନ ପୁଅ ଭିକାରୀ ମିଶ୍ର ଙ୍କ ସମେତ ପୁତ୍ରବଧୂ, ନାତି ନାତୁଣୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇବା ପରେ ଗ୍ରାମର ପୂର୍ବତନ ଗ୍ରାମ୍ୟ ସଭାପତି ପ୍ରଫୁଲ୍ଲ ପଲେଇ ତାଙ୍କ ବାସଭବନକୁ ଯାଇ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତ୍ୟୁ ପରର କାର୍ଯ୍ୟ ପାଇଁ ସହଯୋଗ କରିଥିଲେ । ଏହି ଦୁଃଖଦ ପରିସ୍ଥିତିରେ ସ୍ବର୍ଗତ ମିଶ୍ର ଙ୍କ ସାନଭାଇ ଭୋବୁନି ମିଶ୍ର, ଅଜୟ ମିଶ୍ର,ପୁତୁରା ପର୍ଶୁରାମ ମିଶ୍ର,ସନ୍ତୋଷ ମିଶ୍ର,ସମାଜସେବୀ ବୁଲା ଜେନା, ସାଙ୍କୁଡା ପଞ୍ଚାୟତର ନାଏବ ସରପଞ୍ଚ ଗଦାଧର ପ୍ରଧାନ, ଉତ୍ତମ ପଲେଇ, ପ୍ରଶାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ ସ୍ମଶାନରେ ସ୍ବର୍ଗତ ମିଶ୍ରଙ୍କ ଶେଷକୃତ୍ୟ ସମାପନ କରାଯାଇଥିଲା ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!