ବିପଦରେ ବେଗୁନିଆପଡା ଅଞ୍ଚଳର ଗାଈ ଗୋରୁ,ଲାଞ୍ଚ ନଦେଲେ କାମ ହେଉନି l

ରିପୋର୍ଟ :ରାକେଶ 

କୋଦଳା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଞ୍ଚଳର ପଶୁ ପାଳକ ମାନେ ଏବେ ଚିନ୍ତାରେ | ପଶୁ ସମ୍ପଦ ର ସୁରକ୍ଷା ଅଭାବରୁ ବର୍ତମାନ ବିପଦ ମୁଖୀ ଅବସ୍ଥାରେ ଗାଈ ଗୋରୁ | ପ୍ରତ୍ୟେହ କୋଉଠି ନା କୋଉଠି ଗାଈ ବାଛୁରୀ ପ୍ରାଣ ହରାଉ ଥିବା ଶୁଣିବାକୁ ମିଳୁଥିବା ବେଳେ ଆଜି ଖୋଦ ସୁମଣ୍ଡଳ ପ୍ରାଣୀ ଚିକିତ୍ସାଳୟ ରେ ଚିକିତ୍ସା ଅଭାବରୁ ଏକ ବାଛୁରୀ ମରି ପଡି ରହିଛି | କିନ୍ତୁ ଏଥି ନେଇ ସ୍ଥାନୀୟ ପଶୁ ସମ୍ପଦ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଏଵଂ ଲାଞ୍ଚ ଖୋର ମନୋବୃତି ଯୋଗୁଁ ପ୍ରତ୍ୟେକ ସମୟରେ ଗାଈ ଗୋରୁ ତଥା ବାଛୁରୀ ମରୁଥିବା ଅଭିଯୋଗ ଆସୁଛି | ଯାହା ପାଈଁ ବର୍ତମାନ ଲୋକେ ଆଉ ଗାଈ ଗୋରୁ ଙ୍କୁ ରଖି ନିଜର ଗୁଜୁରାଣ ମେଣ୍ଟାଇବା ପାଈଁ ଇଚ୍ଛା ପ୍ରକାଶ କରୁନାହାନ୍ତି | କେବଳ ଏତିକି ନୁହଁ ରାଜ୍ୟ ସରକାରଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଦରମା ପାଉଥିବା ପଶୁ ସମ୍ପଦ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରିବା ସହ ଗାଈ ଙ୍କ ପ୍ରଜନନ କରିବା ପାଈଁ ଅର୍ଥ ଦାବୀ କରୁଥିବା ଅଭିଯୋଗ କରିଛନ୍ତି ସୁମଣ୍ଡଳ ଗ୍ରାମର ଗୋ ଚାଷୀ | 

ସେହିପରି ପଶୁ ବିଭାଗ ର କର୍ମଚାରି କେତେବେଳେ କେମିତି ଅଫିସ ଆସୁଥିବା ବେଳେ ସେମାନଙ୍କୁ ଫୋନ କଲେ ବିରକ୍ତ ହେଉଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ | ଯାହାକୁ ନେଇ ଚାଷୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ସେମାନେ ପଶୁ ସମ୍ପଦ ମନ୍ତ୍ରୀ ଙ୍କୁ ଭେଟି ନିଜର ଦାବୀ ଜଣାଇବା କଥା କହିଛନ୍ତି | ଏ ନେଇ କୃତିମ ପ୍ରଜାନନ କାରି  ଡ଼ଃ, ସତ୍ୟ ସାରଥୀ ସାମନ୍ତରାୟ ଙ୍କ ସହ ଯୋଗାଯୋଗ କରିବାରେ ସେ ଫୋନ ଉଠାଇ ନଥିଲେ | ଏଠି ପ୍ରଶ୍ନ ଉଠୁଛି ପଶୁ ସମ୍ପଦର ସୁରକ୍ଷା ପାଈଁ ସରକାରୀ ବାବୁ ମାନେ ମୋଟା ଅଙ୍କର ଦରମା ପାଉଥିବା ବେଳେ ନିଜ କାର୍ଯ୍ୟରେ ଅବହେଳା କରୁଥିବାରୁ ବିଭାଗୀୟ ମନ୍ତ୍ରୀ ତଥା ଜିଲ୍ଲା ପ୍ରଶାସନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି | ନା ଆଗାମୀ ଦିନରେ ପଶୁ ସମ୍ପଦ ବିପଦରେ ପଡିଲେ ପଶାସନିକ ଅଧିକାରୀ ମାନଙ୍କ ଚେତା ପଶିବ, ତାହା ଉପରେ ଏବେ ସମସ୍ତଙ୍କ ନଜର |

error: Content is protected !!