ବେଗୁନିଆପଡା,(ଦେବାଶିଷ)
ବେଗୁନିଆପଡା(ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ମାଣ୍ଡିଆ ବିହନ ଚାଷିମାନଙ୍କୁ ଦିଆଯାଉନାହିଁ। ନିର୍ଧାରିତ ସମୟରେ ଯଦିଓ କୃଷି କାର୍ଯ୍ୟାଳୟରେ ମାଣ୍ଡିଆ ବିହନ ପହଞ୍ଚି ସାରିଛି, କିନ୍ତୁ ଏଯାଏଁ ମାଣ୍ଡିଆ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇନି। ଯାହାକୁ ନେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚାଷୀ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଛନ୍ତି। ଖାଦ୍ୟରେ ପୋଷଣ ଥିବା କ୍ଷୁଦ୍ର ଖାଦ୍ୟ ଶସ୍ୟ ଗୁଡ଼ିକର ବ୍ୟବହାର ପାଇଁ ସରକାର କହୁଛନ୍ତି। ହେଲେ ଏହାକୁ ଆବଶ୍ୟକ ପ୍ରୋତ୍ସାହନ ଦିଆ ଯାଉନଥିବା ପରିଲକ୍ଷିତ ହୋଇଛି। ମାଣ୍ଡିଆ ପୁର୍ବରୁ ଗରିବ ଲୋକଙ୍କର ପ୍ରଧାନ ଖାଦ୍ୟ ଥିଲା। ଏବେ ଏହାକୁ ବଡ଼ ବଡିଆମାନେ ଜଳଖିଆରେ ବ୍ୟବହାର କରୁଛନ୍ତି। ବହୁ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଛି। ତଥାପି ଏହାର ଚାଷ କମି କମି ଯାଉଛି। ସଠିକ୍ ସମୟରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଉ ନଥିବାରୁ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ। ଅପରପକ୍ଷେ ବେଗୁନିଆପଡ଼ା ବ୍ଳକର ନିର୍ଦ୍ଧିଷ୍ଟ କିଛି ପଞ୍ଚାୟତର ଚାଷିଙ୍କୁ ବିହନ ଦିଆଯିବ ବୋଲି ଶୁଣିବାକୁ ମିଳୁଛି। ୪ଟି ପଞ୍ଚାୟତର ହିତାଧିକାରୀଙ୍କୁ ଦିଆଯିବ ଏବଂ ହିତାଧିକାରୀ ଚୟନ କରାଯାଇ ନାହିଁ ବୋଲି କହିଛନ୍ତି ବେଗୁନିଆପଡ଼ା ବ୍ଳକ କୃଷି ଅଧିକାରୀ ରାମଲାଲ ସାମଦ। ଖୁବ୍ ଶୀଘ୍ର ହିତାଧିକାରୀ ଚୟନ କରାଯିବ ବୋଲି ସେ କହିଛନ୍ତି। ସେପଟେ ମାଣ୍ଡିଆ ବିହନ ହିତାଧିକାରୀଙ୍କୁ ନେଇ ବିଜେଡି – ବିଜେପି ଟଣାଓଟରା ତଥା ରାଜନୈତିକ ଅଭିସନ୍ଧି ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି।
More Stories
ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କଲେ ବିଧାୟକ
ପୁସ୍ତପୁର ନିକଟସ୍ଥ ହନୁମାନ ବାଟିକାରେ ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି।