ଖୋର୍ଦ୍ଧା (ଆମ ଓଡ଼ିଶା ଖବର ) ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଚାକିରୀ ଓ ଡ୍ୟୁଟି ସମୟରେ ପ୍ରାଇଭେଟ୍ ହସ୍ପିଟାଲରେ ଅପରେସନ ଓ ରୋଗୀର ମୃତ୍ୟୁକୁ ନେଇ ଫସିଗଲେ ଟାଙ୍ଗୀ ମେଡିକାଲ ସୁପରିନ୍-ଟେଣ୍ଡେଣ୍ଟ ।ଉତ୍ତ୍ୟକ୍ତ ଲୋକଙ୍କ ରୋଷର ଶିକାର ହେଲେ , ପୋଲିସର ତଦନ୍ତ ପରିସରଭୁକ୍ତ ହେଲେ ଏବଂ 10 ଘଣ୍ଟା ଅଟକ ରହିଲେ ଡାକ୍ତର ବାବୁ ।
ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଅଞ୍ଚଳରେ ରହିଛି ରାମଚଣ୍ଡୀ ହସ୍ପିଟାଲ । ଯାହାକି ଏକ ପ୍ରାଇଭେଟ୍ ହସ୍ପିଟାଲ । ଏହି ହସ୍ପିଟାଲରେ ଚାନ୍ଦପୁର ଥାନା ଅଧିନସ୍ଥ ଓସ୍ତପଡା ଗ୍ରାମର ପ୍ରତିମା ସାମନ୍ତରାୟ ନାମକ ମହିଳା ଙ୍କୁ ଅପେରସନ୍ କରାଯାଇଥିଲା ଏବଂ ଟାଙ୍ଗୀ ମେଡିକାଲ ସୁପରିନ୍-ଟେଣ୍ଡେଣ୍ଟ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ରଞ୍ଜନ ନନ୍ଦ ଏହି ଅପରେସନ କରିଥିଲେ ।
ଅପରେସନ ହେବାର କିଛି ସମୟ ପରେ ରୋଗୀ ଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମୃତା ମହିଳାଙ୍କ ପରିବାର ହୋ-ହଲ୍ଲା କରିଥିଲେ ହେଲେ ରୋଗୀଙ୍କର ମୃତ୍ୟୁ ହୋଇନାହିଁ ବରଂ ଅଧିକ ଚିକିତ୍ସା ହେବ ଏବଂ ଏହି ପ୍ରାଇଭେଟ୍ ହସ୍ପିଟାଲର ମୂଖ୍ୟ ଓ ଚିକିତ୍ସା ତଥା ଅପରେସନ କରିଥିବା ଡାକ୍ତର ବାବୁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଲିଖିତ ଭାବେ ଚୁକ୍ତିନାମା କରି ଅତି ଚତୁରତାର ସହିତ ମୃତାକୁ ବଞ୍ଚିତ ଦର୍ଶାଇ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରିଦେଲେ ।
ଏଥିରେ ସନ୍ଦେହ ହେବାରୁ ମୃତା ମହିଳାଙ୍କୁ ଚାନ୍ଦପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଗଲା ଓ ମହିଳା ଙ୍କର ମୃତ୍ୟୁ ହୋଇସାରିଛି ବୋଲି ଜଣାପଡିଲା,ଏବଂ ରାମଚଣ୍ଡୀ ହସ୍ପିଟାଲର ମାଲିକ ଓ ଡାକ୍ତର ବାବୁଙ୍କ ଚାଲାକି ଧରାପଡିଲା ।
ପରେ ପରେ ମୃତା ମହିଳା ଙ୍କ ମର ଶରୀର କୁ ପୁଣି ରାମଚଣ୍ଡୀ ହସ୍ପିଟାଲ ମଧ୍ୟରେ ରଖାଯାଇ ହୋ-ହଲ୍ଲା କରିବା ସହିତ ଡାକ୍ତର ବାବୁ ଓ ରାମଚଣ୍ଡୀ ହସ୍ପିଟାଲ ମାଲିକ ଦୁହେଁ ଉତ୍ୟକ୍ତ ଲୋକଙ୍କ ରୋଷର ଶିକାର ହେଲେ । ପରେ ଦୀର୍ଘ 10 ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର ବାବୁ ଓ ରାମଚଣ୍ଡୀ ହସ୍ପିଟାଲ ମାଲିକ ଦିଲ୍ଲୀପ କୁମାର ସାହୁ ଙ୍କୁ ସମ୍ପକୀୟ ମାନେ ଅଟକ ରଖି ପୋଲିସ ଜିମା ଦେଲେ ।
ଘଟଣା ସ୍ଥଳରେ ନୟାଗଡ଼ ଜିଲ୍ଲା ଉପ-ଆରକ୍ଷୀ ଅଧିକ୍ଷକ , ଶରଣକୁଳ DSP , ଚାନ୍ଦପୁର ଓ ରଣପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ରାମଚଣ୍ଡୀ ହସ୍ପିଟାଲର ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି ଏବଂ ମୃତା ମହିଳା ଙ୍କ ସ୍ୱାମୀ ଦିଲ୍ଲୀପ କୁମାର ସାମନ୍ତରାୟ ଙ୍କ ଅଭିଯୋଗକୁ ଭିତ୍ତି କରି ଡାକ୍ତର ବାବୁ ଓ ରାମଚଣ୍ଡୀ ହସ୍ପିଟାଲ ମାଲିକ ଦୁହିଁଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ନୟାଗଡ଼ ଜିଲ୍ଲା ଉପ-ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି
More Stories
ରଥ ଟଣାରେ ସାଙ୍ଘାତିକ୍ ବିଭ୍ରାଟ, ନନ୍ଦିଘୋଷ ରଥ ଟଣା ହେବା ପୂର୍ବରୁ ଦଉଡ଼ି ଉଭାନ।
ବିଏମସି ଅଫିସରେ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ପିଟିଲେ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର