ରାମଚଣ୍ଡୀ ହସ୍ପିଟାଲ ରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଖୋର୍ଦ୍ଧା (ଆମ ଓଡ଼ିଶା ଖବର ) ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଚାକିରୀ ଓ ଡ୍ୟୁଟି ସମୟରେ ପ୍ରାଇଭେଟ୍ ହସ୍ପିଟାଲରେ ଅପରେସନ ଓ ରୋଗୀର ମୃତ୍ୟୁକୁ ନେଇ ଫସିଗଲେ ଟାଙ୍ଗୀ ମେଡିକାଲ ସୁପରିନ୍-ଟେଣ୍ଡେଣ୍ଟ ।ଉତ୍ତ୍ୟକ୍ତ ଲୋକଙ୍କ ରୋଷର ଶିକାର ହେଲେ , ପୋଲିସର ତଦନ୍ତ ପରିସରଭୁକ୍ତ  ହେଲେ ଏବଂ 10 ଘଣ୍ଟା ଅଟକ ରହିଲେ ଡାକ୍ତର ବାବୁ ।

 ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଅଞ୍ଚଳରେ ରହିଛି ରାମଚଣ୍ଡୀ ହସ୍ପିଟାଲ । ଯାହାକି ଏକ ପ୍ରାଇଭେଟ୍ ହସ୍ପିଟାଲ । ଏହି ହସ୍ପିଟାଲରେ ଚାନ୍ଦପୁର ଥାନା ଅଧିନସ୍ଥ ଓସ୍ତପଡା ଗ୍ରାମର ପ୍ରତିମା ସାମନ୍ତରାୟ  ନାମକ ମହିଳା ଙ୍କୁ ଅପେରସନ୍ କରାଯାଇଥିଲା ଏବଂ ଟାଙ୍ଗୀ ମେଡିକାଲ ସୁପରିନ୍-ଟେଣ୍ଡେଣ୍ଟ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ରଞ୍ଜନ ନନ୍ଦ ଏହି ଅପରେସନ କରିଥିଲେ ।

 ଅପରେସନ ହେବାର କିଛି ସମୟ ପରେ ରୋଗୀ ଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମୃତା ମହିଳାଙ୍କ ପରିବାର  ହୋ-ହଲ୍ଲା କରିଥିଲେ ହେଲେ ରୋଗୀଙ୍କର ମୃତ୍ୟୁ ହୋଇନାହିଁ ବରଂ ଅଧିକ ଚିକିତ୍ସା ହେବ ଏବଂ ଏହି ପ୍ରାଇଭେଟ୍ ହସ୍ପିଟାଲର ମୂଖ୍ୟ ଓ ଚିକିତ୍ସା ତଥା ଅପରେସନ କରିଥିବା ଡାକ୍ତର ବାବୁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଲିଖିତ ଭାବେ ଚୁକ୍ତିନାମା କରି ଅତି ଚତୁରତାର ସହିତ  ମୃତାକୁ ବଞ୍ଚିତ ଦର୍ଶାଇ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରିଦେଲେ । 

ଏଥିରେ ସନ୍ଦେହ ହେବାରୁ  ମୃତା ମହିଳାଙ୍କୁ ଚାନ୍ଦପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଗଲା ଓ ମହିଳା ଙ୍କର ମୃତ୍ୟୁ ହୋଇସାରିଛି ବୋଲି ଜଣାପଡିଲା,ଏବଂ ରାମଚଣ୍ଡୀ ହସ୍ପିଟାଲର ମାଲିକ ଓ ଡାକ୍ତର ବାବୁଙ୍କ ଚାଲାକି ଧରାପଡିଲା । 

ପରେ ପରେ ମୃତା ମହିଳା ଙ୍କ ମର ଶରୀର କୁ ପୁଣି ରାମଚଣ୍ଡୀ ହସ୍ପିଟାଲ ମଧ୍ୟରେ ରଖାଯାଇ ହୋ-ହଲ୍ଲା କରିବା ସହିତ ଡାକ୍ତର ବାବୁ ଓ ରାମଚଣ୍ଡୀ ହସ୍ପିଟାଲ ମାଲିକ ଦୁହେଁ ଉତ୍ୟକ୍ତ ଲୋକଙ୍କ ରୋଷର ଶିକାର ହେଲେ । ପରେ  ଦୀର୍ଘ 10 ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର ବାବୁ ଓ ରାମଚଣ୍ଡୀ ହସ୍ପିଟାଲ ମାଲିକ ଦିଲ୍ଲୀପ କୁମାର ସାହୁ ଙ୍କୁ ସମ୍ପକୀୟ ମାନେ ଅଟକ ରଖି ପୋଲିସ ଜିମା ଦେଲେ । 

ଘଟଣା ସ୍ଥଳରେ ନୟାଗଡ଼ ଜିଲ୍ଲା ଉପ-ଆରକ୍ଷୀ ଅଧିକ୍ଷକ , ଶରଣକୁଳ DSP , ଚାନ୍ଦପୁର ଓ ରଣପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ରାମଚଣ୍ଡୀ ହସ୍ପିଟାଲର ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି ଏବଂ ମୃତା ମହିଳା ଙ୍କ ସ୍ୱାମୀ ଦିଲ୍ଲୀପ କୁମାର ସାମନ୍ତରାୟ ଙ୍କ ଅଭିଯୋଗକୁ ଭିତ୍ତି କରି ଡାକ୍ତର ବାବୁ ଓ ରାମଚଣ୍ଡୀ ହସ୍ପିଟାଲ ମାଲିକ ଦୁହିଁଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ନୟାଗଡ଼ ଜିଲ୍ଲା ଉପ-ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି

error: Content is protected !!