ସୁମଣ୍ଡଳ ପରେ ଅଙ୍ଗାରଗାଁ ରୁ ପୁଣି ଆସିଲା ସମାନ ଅଭିଯୋଗ l
ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଞ୍ଚଳର ଗୋ ଚାଷୀ ମାନେ ଏବେ ଚିନ୍ତାରେ। ପଶୁ ସମ୍ପଦ ର ସୁରକ୍ଷା ଅଭାବରୁ ବର୍ତମାନ ବିପଦ ମୁଖୀ ଅବସ୍ଥାରେ ଗାଈ ଗୋରୁ। | ପ୍ରତିଦିନ କୋଉଠି ନା କୋଉଠି ଗାଈ ବାଛୁରୀ ପ୍ରାଣ ହରାଉ ଥିବା ଶୁଣିବାକୁ ମିଳୁଥିବା ବେଳେ ଗତ କିଛିଦିନ ତଳେ ସୁମଣ୍ଡଳ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ଅଭାବରୁ ଏକ ବାଛୁରୀ ମୃତ୍ୟୁବରଣ କରିଥିବାର ଅଭିଯୋଗ ଆସିଥିଲା। କିନ୍ତୁ ଏଥି ନେଇ ସ୍ଥାନୀୟ ପଶୁ ସମ୍ପଦ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଏଵଂ ଲାଞ୍ଚ ଖୋର ମନୋବୃତି ଯୋଗୁଁ ପ୍ରତ୍ୟେକ ସମୟରେ ଗାଈ ଗୋରୁ ତଥା ବାଛୁରୀ ମରୁଥିବା ଅଭିଯୋଗ କରୁଛନ୍ତି ଏହି ଅଞ୍ଚଳର ଗୋ ଚାଷୀ ମାନେ । ଯାହା ପାଈଁ ବର୍ତମାନ ଲୋକେ ଆଉ ଗାଈ ଗୋରୁ ଙ୍କୁ ରଖି ନିଜର ଗୁଜୁରାଣ ମେଣ୍ଟାଇବା ପାଈଁ ଇଚ୍ଛା ପ୍ରକାଶ କରୁନାହାନ୍ତି। କେବଳ ଏତିକି ନୁହଁ ରାଜ୍ୟ ସରକାରଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଦରମା ପାଉଥିବା ପଶୁ ସମ୍ପଦ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରିବା ସହ ଗାଈ ଙ୍କ ପ୍ରଜନନ କରିବା ପାଈଁ ଅର୍ଥ ଦାବୀ କରୁଥିବା ଅଭିଯୋଗ କରିଛନ୍ତି ସୁମଣ୍ଡଳ ଅଞ୍ଚଳର ଚାଷୀମାନେ । ସେହିପରି ପଶୁ ସମ୍ପଦ ବିଭାଗ ର କର୍ମଚାରି କେତେବେଳେ କେମିତି ଅଫିସ ଆସୁଥିବା ବେଳେ ସେମାନଙ୍କୁ ଫୋନ କଲେ ବିରକ୍ତ ହେଉଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ । ଯାହାକୁ ନେଇ ଚାଷୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ସେମାନେ ପଶୁ ସମ୍ପଦ ମନ୍ତ୍ରୀ ଙ୍କୁ ଭେଟି ନିଜର ଦାବୀ ଜଣାଇବା କଥା କହିଛନ୍ତି | ସୁମଣ୍ଡଳ ପରେ ଆଜି ଅଙ୍ଗାରଗାଁ ରୁ ପୁଣି ଆସିଲା ସମାନ ଅଭିଯୋଗ, ଫୋନ୍ ଉଠାଉ ନାହାଁନ୍ତି ଗୋ ଚିକିତ୍ସା କର୍ମଚାରୀ ମାନେ, ରୋଗ ଯନ୍ତ୍ରଣାରେ ଗାଈ ଓ ବାଛୁରୀ ହେଉଛନ୍ତି ଛଟପଟ। ସୂଚନା ଅନୁଯାୟୀ ଅଙ୍ଗାରଗାଁ ଗ୍ରାମର ଅଧିକାରି ବେହେରା ୪-୫ ଗୋଟି ଗାଈ ପାଳନ କରିଛନ୍ତି । ଆଜକୁ ପ୍ରାୟ ୨-୩ ଦିନ ହେଲାଣି ତାଙ୍କ ପୁଅ ଗୋ ଚିକିତ୍ସା କର୍ମଚାରୀ ମାନଙ୍କୁ ବାରମ୍ବାର ଫୋନ କଲେ ମଧ୍ଯ କେହି କର୍ଣ୍ଣପାତ କରି ନ ଥିବା ନେଇ ସୂଚନା ପ୍ରଦାନ କରିଛନ୍ତି । ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ତାଙ୍କର ଗୋଟିଏ ଗାଇ ଓ ବାଛୁରି । ଏହି ଅଞ୍ଚଳର ଗୋ ଚାଷୀ ମାନେ ଏଠି ପ୍ରଶ୍ନ ଉଠାଇଛନ୍ତି ପଶୁ ସମ୍ପଦର ସୁରକ୍ଷା ପାଈଁ ସରକାରୀ ବାବୁ ମାନେ ମୋଟା ଅଙ୍କର ଦରମା ପାଉଥିବା ବେଳେ ନିଜ କାର୍ଯ୍ୟରେ ଅବହେଳା କରୁଥିବାରୁ ବିଭାଗୀୟ ମନ୍ତ୍ରୀ ତଥା ଜିଲ୍ଲା ପ୍ରଶାସନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି । ନା ଆଗାମୀ ଦିନରେ ପଶୁ ସମ୍ପଦ ବିପଦରେ ପଡିଲେ ପ୍ରଶାସନିକ ଅଧିକାରୀ ମାନଙ୍କ ଚେତା ପଶିବ ? ତାହା ଉପରେ ଏବେ ସମସ୍ତଙ୍କ ନଜର । ଏଥିସହିତ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ପଶୁ ସମ୍ପଦ କର୍ମଚାରୀ ମାନେ ଗୋ ଚାଷୀ ମାନଙ୍କ ଠାରୁ ଗୋ ଚିକିତ୍ସା ନିମନ୍ତେ ମୋଟା ଅଙ୍କର ଅର୍ଥ ରାଶି ଦାବୀ କରୁଥିବା ର ମଧ୍ଯ ଅଭିଯୋଗ ଆସିବା ସହ ଗତ କିଛିଦିନ ତଳେ ମଧ୍ଯ ଆମ ନଜରକୁ ଆସିଥିଲା । ଆଗାମୀ ଦିନରେ ଏ ଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଗୋ ସଂପଦ ମନ୍ତ୍ରୀ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ? ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ ।
More Stories
କ୍ଲବ -94 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳସର ଗ୍ରାମର ମଠ ମହନ୍ତଙ୍କ ପରଲୋକ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ l