ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଶା ଖବର ):ବେଗୁନିଆପଡ଼ା ହନୁମାନ ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ବେଗୁନିଆପଡ଼ା ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାହୁ ମୂଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ। ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜୟଦେବ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଉଦଘାଟନ ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟିର ସଭପତି ଶ୍ରୀ ଏସ. ଦନାର୍ଦନ ଆଚାରି ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଶ୍ରୀ ପଙ୍କଜ କୁମାର ବେହେରା ଓ ସହ ସମ୍ପାଦକ ଭାବରେ ଶ୍ରୀ ଏ ଆନନ୍ଦ ରାଓ ଯୋଗଦାନ କରି ବିଜ୍ଞାନ ମେଳାର ଆଭିମୁଖ୍ୟ ଉପସ୍ଥାପନ କରିଥଲେ। ଏହି ମେଳାରେ ଚାରିଜଣ ବିଜ୍ଞାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ବାଇଁ, ଏ ସିମାଞ୍ଚଳ ପାତ୍ର, ନିରଞ୍ଜନ ବିଶ୍ୱାଳ, ଆଶୁତୋଷ ଓଝା ନିର୍ଣ୍ଣାୟକ ଭାବେ ଯୋଗଦାନ କରିଥିଲେ। ଉକ୍ତ ମେଳାରେ ବିଭିନ୍ନ ବର୍ଗର ମୋଟ ୧୦୭ ଟି ପ୍ରକଳ୍ପ ମଧ୍ୟରୁ ଉଦୟ ବର୍ଗରୁ ୬୪ , ଶିଶୁ ବର୍ଗରୁ ୧୬ ଏବଂ ବାଲ୍ ବର୍ଗରୁ ୨୭ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଉକ୍ତ ବିଦ୍ୟାଳୟ ସ୍ତର ଜ୍ଞାନ ବିଜ୍ଞାନ ମେଳାରୁ ସଙ୍କୁଳ ସ୍ତର ପାଇଁ ମୋଟ ୭ ଟି ପ୍ରକଳ୍ପ ଆଗାମୀ ୧୧ ତାରିଖ ପାଇଁ ପୋଲୋସୋରା ଶିଶୁ ମନ୍ଦିରରେ ହେବାକୁ ଥିବା ଜ୍ଞାନ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇଛନ୍ତି । ଏହା ସହିତ ଗଣିତ, ସଂସ୍କୃତି ଜ୍ଞାନ ଓ ବିଜ୍ଞାନ ପ୍ରଶ୍ନ ମଞ୍ଚ ପାଇଁ ୧୮ ଜଣ ଯୋଗଦାନ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମର ପୂର୍ଣ୍ଣ ସଫଳତା ପାଇଁ ବିଦ୍ୟାଳୟ ବରିଷ୍ଠ ଆଚାର୍ଯ୍ୟ ରୋହିତ ପରିଡ଼ା ଓ ଜ୍ୟୋତି ପ୍ରକାଶ ସାହୁ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥଲେ। ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
More Stories
ଖଇରିଖମା ପଞ୍ଚାୟତ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକାର ତ୍ରିଂଶତମ କ୍ରୀଡ଼ା ସମାରୋହ
ମା’ଗ୍ରାମଦେବୀ ଶ୍ରୀଶ୍ରୀ ହନୁମନ୍ତ ନାରାୟଣୀଙ୍କ ନୂତନ ସିଂହଦ୍ୱାର ଦଶମହାବତାର ବିଗ୍ରହ ପ୍ରତିଷ୍ଠା ଉତ୍ସବ