ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |

ଜଗନ୍ନାଥ ପ୍ରସାଦ :(ଲକ୍ଷ୍ମୀ ନାରାୟଣ ବେହେରା)12/04 ଜଗନ୍ନାଥ ପ୍ରସାଦ ବ୍ଲକ ଅଧୀନ ଛାମୁଣ୍ଡା ଗ୍ରାମରେ ଗ୍ରାମବାସୀ ମାନଙ୍କ ଆନୁକୂଲ୍ୟରେ ଶନିବାର ଅଷ୍ଟମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାମୁଣ୍ଡା , କୁମୁଣ୍ଡା , ନଡା , ମଶାବାଡ଼ି, ବନ୍ତା , ଚଢିଆପଲ୍ଲୀ , ଝାଡ ସାହି ଏବଂ ରଙ୍ଗଣିପାଟଣା ଦଣ୍ଡ ନୃତ୍ୟଦଳରେ ଭାଗ ନେଇଥିଲେ l ନିଷ୍ପତି କ୍ରମେ ଜମାସାହିରେ ମଶାବାଡି, ବାରିସାହିରେ ବନ୍ତା, ବଡଦାଣ୍ଡ ଠାରେ କୁମୁଣ୍ଡା, ନିମସାହି ଠାରେ ଛାମୁଣ୍ଡା, ନୁଆସାହିରେ ଚଢିଆପଲ୍ଲୀ, ପାଟଣା ସାହିରେ ଝାଡ଼ସାହି, ମହୁଲ ସାହିରେ ରଙ୍ଗଣୀ ପାଟଣା, ବ୍ୟାଙ୍କ ସାହିରେ ନଡ଼ା ଏହିପରି ଭାବେ ସାହି କମିଟି ଦାୟିତ୍ୱ ତୁଲାଇଥିଲେ l ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମସ୍ତ ଦଣ୍ଡ ନୃତ୍ୟ ଦଳଙ୍କୁ ବରଣ କରଯାଇଥିଲା । ଦିବା ୧୧ଘଂଟିକା ସମୟରେ ଧୂଳିଦଣ୍ଡ ସାରି ଅପରାହ୍ନ ୧ ଘଂଟିକାରେ ନଈବନ୍ଧ କୂଳରେ ପାଣି ଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଡଦାଣ୍ଡ ଠାରେ ଥିବା ଦଧିବାମନ ମନ୍ଦିର ସମ୍ମୁଖରେ ଅଷ୍ଟଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଥିଲା l ସେଠାରେ ମାକାଳୀଙ୍କ ପୂଜାର୍ଚନା ପରେ ସମସ୍ତ ପାଟଢୋଲ, ପାଟଭୁକ୍ତା, ଅଧିକାରୀ, ବିଣାକାର ମାନଙ୍କର ମିଳନ ହୋଇଥିଲା l ଦଣ୍ଡୁଆମାନେ ସାହି ପରିକ୍ରମା କରି ନିଜ ଆଶ୍ରୟସ୍ଥଳକୁ ଫେରିଥିଲେ l ଲକ୍ଷାଧିକ ଭକ୍ତଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ତରଫରୁ ପେଟ୍ରୋଲିଂ କଡାକଡି କରାଯିବା ସହ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା l ସଭାପତି ଅଭିମନ୍ୟୁ ନାୟକ ଉପସଭାପତି ପଠାଣି ସାହୁ ସମ୍ପାଦକ ଯୁଗଳ ଦଳବେହେରା କୋଷାଧକ୍ଷ ଅଭିଜିତ ପାଢ଼ୀ, ସରପଞ୍ଚ ଶର୍ମିଷ୍ଠା ମଲ୍ଲିକ,ବିଭୁତି ଦଳବେହେରା, ଯୁଗଳ ଦଳବେହେରା, କବିରାଜ ପ୍ରଧାନ, ପୂର୍ବତନ ସରପଞ୍ଚ ବିଜୟ ଗୌଡ଼,ସନ୍ତୋଷ କୁମାର ସେଠି,ପଠାଣି ସାହୁ,ପ୍ରଦ୍ୟୁମ୍ନ ପ୍ରଧାନ, ଟୁନା ପ୍ରଧାନ, ଗୌରାଙ୍ଗ ପ୍ରଧାନ, ଚନ୍ଦ୍ରକାନ୍ତ ସେଠୀ  ଅନ୍ୟାନ୍ୟ କମିଟି ସଭ୍ୟ, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ଅଶୋକ କୁମାର ନାୟକ, ଗଣନାଥ ପଟ୍ଟନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ I

error: Content is protected !!