ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍‌ର ଅଧିକାରୀ ସୁକୁମାର ଦୁଖୁ।

ରାୟଗଡ଼ା: “ଆମ ଓଡ଼ିଶା ଖବର” ରାୟଗଡା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍‌ର ଅଧିକାରୀ ସୁକୁମାର ଦୁଖୁ ଆଜି ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଜାଲରେ ଛନ୍ଦି ହୋଇଛନ୍ତି। ତାଙ୍କ ନିକଟରେ ସନ୍ଦିଗ୍ଧ ଲାଞ୍ଚରୁ ସଂଗୃହୀତ ୨.୩୩ ଲକ୍ଷ ଟଙ୍କା ଜବତ ହୋଇଛି।
ଭିଜିଲାନ୍‌ସ ବିଭାଗ ପକ୍ଷରୁ ଜାରି ସୂଚନା ନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ, ଭିଜିଲାନ୍ସ ପୁଲିସ ନବରଙ୍ଗପୁର ଇନ୍ଦ୍ରାବତୀ ପୋଲ ନିକଟରେ ସୁକୁମାରଙ୍କୁ ଅଟକାଇଥିଲେ। ସୁକୁମାର ନିଜ ‌ସରକାରୀ ଗାଡ଼ିରେ ଗୁଡ଼ାରୀରୁ ନିଜ ଘର ନବରଙ୍ଗପୁର ଯାଉଥିଲେ। ଯାଞ୍ଚ ବେଳେ ସୁକୁମାରଙ୍କ ସରକାରୀ ଗାଡ଼ି (ବୋଲେରୋ)ରୁ ୨ଲକ୍ଷ ୩୩ ହଜାର ଟଙ୍କା ନଗଦ ମିଳିଥିଲା। ‌ଜେରା ସମୟରେ ଏହି ଟଙ୍କା କେଉଁଠାରୁ ଆଣିଲେ ସେନେଇ ସୁକୁମାର ‌କୌଣସି ସ୍ପଷ୍ଟ ସୂଚନା ଦେଇପାରିନଥିଲେ।
ଭିଜିଲାନ୍ସ ଦଳ ୨ଲକ୍ଷ ୩୩ ହଜାର ଟଙ୍କା ସହ ବଲୋରୋ (ଓଡ଼ି୧୮କେ ୭୦୪୧)କୁ ଜବତ କରିଛନ୍ତି। ଏଥିସହିତ ସୁକୁମାର ଦୁଖୁଙ୍କ କାର୍ଯ୍ୟାଳୟ, ବାସଭବନ ଆଦି ୩ଟି ସ୍ଥାନରେ ଚଢ଼ାଉ କରାଯାଇ ସୁକୁମାରଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ଆକଳନ କରାଯାଉଛି। ଜୟପୁର ଭିଜିଲାନ୍ସ ଅଧିକ ସୂଚନା ପାଇଁ ଜାଞ୍ଚ ଅବ୍ୟାହତ ରଖିଛନ୍ତି। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!