ରିପୋର୍ଟ :ରାକେଶ
ବେଗୁନିଆପଡା, (ଆମ ଓଡ଼ିଶା ଖବର ) ସ୍ୱାଧୀନତା ଦିବସ ପାଳନ ର ଅଵ୍ୟବହିତ ପୂର୍ବରୁ ଆଜି ତାଳସର ଗ୍ରାମ ପଞ୍ଚାୟତ ଠାରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସଦସ୍ୟଙ୍କ ସହଯୋଗରେ ଘର ଘର ତ୍ରିରଙ୍ଗା ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ ସମିତି ସଭ୍ୟ ମାଧବ ରାଉତ,ସମାଜ ସେବୀ ବଣ୍ଟି ଜେନା ବୁଲୁ ଭୂୟାଁ,ପବିତ୍ର ସାମନ୍ତରାୟ, ସଞ୍ଜୟ କୁମାର ସାହୁ ଓ ସ୍କୁଲ ଛାତ୍ର ଛାତ୍ରୀ, ମହିଳା ଗ୍ରୁପ ସଦସ୍ୟା ଏବଂ ଗ୍ରାମ ବାସୀ ମିଳିତ ଭାବେ ପାଳନ କରିଥିଲେ | ବନ୍ଦେ ମାତରଂ, ଭାରତ ମାତା କି ଜୟ ନାରା ରେ ସାରା ଗ୍ରାମ ଉତ୍ସବ ମୁଖର ହୋଇ ପଡିଥିଲା | ଆସନ୍ତାକାଲି ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତେ ଏକ ମନ ହୋଇ ଦେଶ ମାତୃକାର ସେବା କରିବା ପାଇଁ ନିଷ୍ପତି ନେବା ସହ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି |
More Stories
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ