ହାଇଦ୍ରାବାଦ: “ଆମ ଓଡିଶା ଖବର” ମେ ୫ ତାରିଖର ରାତିର ଘଟଣା, ସମୟ ୧୨ଟା ବାଜି ୩୦ ମିନିଟ୍। ହାଇଦ୍ରାବାଦ ସହରର ରାସ୍ତା ପାଖାପାଖି ଶୂନଶାନ୍ ହୋଇଯାଇଥିଲା। ରାସ୍ତା ଦୁଇକଡ଼ରେ ହାଲକା ଷ୍ଟିଟ୍ ଲାଇଟ୍। ଆଉ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ ଜଣେ ମାତ୍ର ମହିଳା। ବେଶଭୂଷା ପୂରା ସାଦାସିଧା। ରାତି ପାଖାପାଖି ୩ଟା ୩୦ ଯାଏଁ ସେମିତି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ଯେମିତି କାହାକୁ ଅପେକ୍ଷା କରୁଥିଲେ। ରାତି ସାଢ଼େ ୧୨ଟାରୁ ସାଢ଼େ ୩ଟା, ଏହି ୩ ଘଣ୍ଟା ଭିତରେ ତାଙ୍କ ସହ ଯାହା ଘଟିଲା ତାହା ପୂରା ସହରର ମୁଖା ଖୋଲି ଯାଇଥିଲା।
ସମୟ ୩ ଘଣ୍ଟା ଭିତରେ ପାଖାପାଖି ୪୦ ଜଣ ପୁରୁଷ ତାଙ୍କ ପାଖକୁ ଆସିଥିଲେ। କେହି ବାଇକରେ, କେହି କାରରେ ତ ଆଉ କେହି ଚାଲି ଚାଲି। ସେମାନଙ୍କ ଭିତରୁ କିଛି ପୁଅ ଛାତ୍ର ଭଳି ଜଣାପଡ଼ୁଥିଲେ ତ ଆଉ କିଛି ପ୍ରାଇଭେଟ୍ ଚାକିରି କରିବା ଭଳି। ହେଲେ ସମସ୍ତଙ୍କ ଭିତରେ ଥିଲା ଗୋଟିଏ ଘୂର୍ଣ୍ଣ୍ୟ ଉଦ୍ଦେଶ୍ୟ। ଏମାନଙ୍କ ଭିତରୁ କିଛି ପୁଅ ସେହି ସାଧାରଣ ବେଶଧାରୀ ମହିଳା ଜଣଙ୍କୁ ଥଟ୍ଟା କରିଥିଲେ ତ ଆଉ କିଛି ତାଙ୍କୁ ଅସଦାଚରଣ କରିଥିଲେ, ଯେପରି ଅନ୍ୟ ମହିଳାଙ୍କ ସହ ଘଟୁଥିବା ଘଟଣା। ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣଥିଲା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ମହିଳା ଜଣକ କୌଣସି ସାଧାରଣ ମହିଳା ନଥିଲେ, ସେ ଜଣେ ଆଇପିଏସ୍ ଅଫିସର ଥିଲେ। ହାଇଦ୍ରାବାଦ୍ ମଲାକାଜଗିରି ପୁଲିସ କମିସନର୍ ବଦୁଗୁଲା ସୁମାଥି। ଏହା ଥିଲା ସୁମାଥିଙ୍କର ନାଇଟ୍ ଅପରେସନ୍। ହାଇଦ୍ରାବାଦରେ ରାତିରେ ମହିଳାଙ୍କ ସୁରକ୍ଷା ସ୍ଥିତି ଜାଣିବାକୁ ଏଭଳି ଅପରେସନ୍ ଆରମ୍ଭ କରିଥିଲେ ଆଇପିଏସ୍ ସୁମାଥି। ଏଥିପାଇଁ କଷ୍ଟ ହେଲେବି ସିଧା ରାସ୍ତା ବାଛିଥିଲେ ସୁମାଥି। ଏଥିପାଇଁ ସେ ନିଜେ ମୈଦାନକୁ ଓହ୍ଲାଇଲେ। ନା ଦେହରେ ଥିଲା ବର୍ଦ୍ଦି, ନା ଥିଲା ପୁଲିସର କିଛି ଇସାରା। ବାସ୍ ଜଣେ ଅତି ସାଧାରଣ ମହିଳାଙ୍କ ଭଳି ରାସ୍ତା କଡ଼ରେ ଛିଡ଼ା ହୋଇଗଲେ। ସେ ଏକୁଟିଆ ନଥିଲେ ତାଙ୍କ ସହିତ କିଛି ଦୂରରେ ତାଙ୍କର ଟିମ୍ ଛଦ୍ମ ବେଶରେ ସଜାଗ ଥିଲେ। ୩ଘଣ୍ଟା ଭିତର ଯେଉଁ ୪୦ ଜଣ ତାଙ୍କୁ ଅସଦାଚରଣ କରିଥିଲେ, ତାଙ୍କ ଟିମ୍ ସେମାନଙ୍କୁ ଗିରଫ କରିନେଇଥିଲେ।
ଯେଉଁ ଅସାଧୁ ପୁରୁଷ ଭାବୁଥିଲେ, ଅନ୍ଧାର ରାତିରେ ବର୍ତ୍ତିଯିବେ ହେଲେ ସେମାନଙ୍କ ପାଇଁ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଗୋଟେ ଚେତାବନୀ ପାଲଟିଗଲା। ଅପରେସନ୍ ପରେ ଆଇପିଏସ୍ ସୁମାଥି କହିଛନ୍ତି, ମହିଳାଙ୍କ ସୁରକ୍ଷାକୁ ପୁଲିସ ଗୁରୁତର ସହ ନେବା ଉଚିତ୍। ମହିଳାଙ୍କ ସୁରକ୍ଷା ପାଇଁ କୌଣସି ବୁଝାମଣା କରାଯିବ ନାହିଁ । ଆଗକୁ ମଧ୍ଯ ଏଭଳି ଆଶ୍ଚର୍ଯ୍ୟଜନକ ଧର ପଗଡ ଚାଲିବା ନିହାତି ଆବଶ୍ୟକ। ଏହି ଭଳି ଘଟଣାରୁ ଶିକ୍ଷା ମିଳିଲା, ଯଦି ପୁଲିସ ଚାହିଁବ ତାହେଲେ ଘଟଣାସ୍ଥଳକୁ ଯାଇ ନିଜେ ଘଟଣାକୁ ଯାଞ୍ଚ କରିବ ଏବଂ ଅପରାଧକୁ ମୂଳୋତ୍ପାଟ କରିପାରିବ। ଏହି ଭଳି ଘଟଣା ପୋଲିସ ଏବଂ ସାଧାରଣ ଜନତାଙ୍କୁ ଚେତାବନୀ ଦେଉଛି। ମହିଳାଙ୍କୁ ଅସଦାଚରଣ କିଛି ଛୋଟିଆ ଘଟଣା ନୁହେଁ। ଏଥର ଅଭିଯୁକ୍ତ ଓ ଅମାନିଆ ଯୁବକଙ୍କୁ ପୁଲିସ ସାବାଡ଼ କରିବ। ତେବେ ଆଇପିଏସ୍ ସୁମାଥିଙ୍କ ଏଭଳି ନାଟକୀୟ ଅପରେସନ୍ କରିଥିଲେ ଯାହା ପୋଲିସ୍ ଆଇନର ବ୍ରିସୁଙ୍ଖଳା ପାଇଁ ଆଣିଦେଲେ ସଞ୍ଜିବନୀ ମହାମନ୍ତ୍ର।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ହାଇଦ୍ରାବାଦ ମହିଳା ଆଇପିଏସ ବଦୁଗୁଲା ସୁମାଥି, ସାରା ଦେଶର ପୋଲିସଙ୍କ ପାଇଁ ଦେଲେ ମହାମନ୍ତ୍ର।


More Stories
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି l
ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ଉତ୍ସବ ଧୁମଧାମରେ ପାଳିତ l
ଗୁଜରାଟୀ ଗୁରୁ ଗିରଫ, ଧର୍ମ, ଆଧ୍ୟାତ୍ମିକ ପ୍ରବଚନ ନାରେ ଟଙ୍କା କେଳଙ୍କାରିରେ ଲିପ୍ତ ଥିଲେ।