
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂପୁର ବ୍ଲକ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ପଲମା ପୁଣିଥରେ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବର କାରଣ ସୃଷ୍ଟି କରିଛି। ବିଦ୍ୟାଳୟର ଚାରିଜଣ ପ୍ରତିଭାଶାଳୀ ଖେଳାଳି ଜାତୀୟ ସ୍ତରୀୟ “ନ୍ୟାସନାଲ୍ ଥ୍ରୋବଲ୍ ଗେମ୍” ପ୍ରତିଯୋଗିତାରେ ଯୋଗଦେବା ପାଇଁ ମଧ୍ୟପ୍ରଦେଶର ଇଣ୍ଡୋର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସଫଳତା କେବଳ ବିଦ୍ୟାଳୟ ପାଇଁ ନୁହେଁ, ସମଗ୍ର କଲ୍ୟାଣସିଂପୁର ଅଞ୍ଚଳ ପାଇଁ ମଧ୍ୟ ଗର୍ବ ଓ ଆନନ୍ଦର ବିଷୟ ହୋଇଉଠିଛି।

ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଚୟନିତ ଖେଳାଳିମାନେ ଅଂଶଗ୍ରହଣ କରିବେ। ସେଥିରେ ଓଡିଶାର ପ୍ରତିନିଧିତ୍ୱ କରିବେ ପଲମା ବିଦ୍ୟାଳୟର ଏହି ଚାରି ଜଣ ଖେଳାଳି। ଗ୍ରାମୀଣ ଅଞ୍ଚଳରୁ ଜାତୀୟ ସ୍ତରକୁ ପହଞ୍ଚିବା ସେମାନଙ୍କର କଠିନ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଓ ନିୟମିତ ଅଭ୍ୟାସର ପରିଣାମ ବୋଲି ସମସ୍ତେ କହୁଛନ୍ତି।
ଖେଳାଳିମାନଙ୍କ ଏହି ସଫଳତାରେ ବିଦ୍ୟାଳୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ବାବୁଲା ମେଲାକା କହିଥିଲେ ଯେ, ଏହି ଛାତ୍ରଛାତ୍ରୀମାନେ ଦୀର୍ଘଦିନ ଧରି ନିୟମିତ ଅଭ୍ୟାସ କରୁଥିଲେ ଏବଂ ସେମାନଙ୍କର ଦୃଢ଼ ସଂକଳ୍ପ ଆଜି ସେମାନଙ୍କୁ ଜାତୀୟ ସ୍ତରକୁ ନେଇଯାଇଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇ କହିଥିଲେ ଯେ, ପଲମା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେବଳ ପାଠପଢ଼ାରେ ନୁହେଁ, କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜ ପ୍ରତିଭା ପ୍ରମାଣ କରୁଛନ୍ତି। ଆଗାମୀ ଦିନରେ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଖେଳାଳିମାନଙ୍କ ଅଭିଭାବକମାନେ ମଧ୍ୟ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଗ୍ରାମ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯଦି ସଠିକ୍ ପରିବେଶ ଓ ପ୍ରଶିକ୍ଷଣ ପାଆନ୍ତି, ତେବେ ସେମାନେ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ଦେଖାଇପାରିବେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ରାୟଗଡ଼ରୁ ନୂଆଦିଲ୍ଲୀ ‘ମଦର ଡେରୀ’କୁ ରପ୍ତାନି ହେଲା ୨.୫ ମେଟ୍ରିକ ଟନ୍ ଆମ୍ରପାଲି ଆମ୍ବ: ORMAS ଓ FPOର ମିଳିତ ସଫଳତା।
ଭାରତୀୟ ଜନତା ପାର୍ଟିର ମହିଳା ଜନ ଆକ୍ରୋଶ ଶୋଭାଯାତ୍ରା।
ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ।