ବେଗୁନିଆପଡା ବ୍ଳକରେ ସାତ କନିଷ୍ଠ ଯନ୍ତ୍ରୀ l

ତଦାରଖ ଅଭାବ କାର୍ଯ୍ୟ ବିଳମ୍ବ ହେବା ସ୍ଵାଭାବିକ

ରିପୋର୍ଟ :ରାକେଶ ମହାରଣା 

କୋଦଳା (ଆମ ଓଡ଼ିଶା ଖବର )ବେଗୁନିଆପଡା ଅଧୀନରେ ଥିବା ୨୩ ଟି ପଞ୍ଚାୟତ ପାଇଁ ପାଇଁ ୭ ଜଣ କନିଷ୍ଠ ଯନ୍ତ୍ରୀ ରହିଛନ୍ତି । ଜଣେ ଜଣେ ଏକାଧିକ ପଞ୍ଚୟତ ଦାୟିତ୍ଵରେ ଥିବାରୁ ଠିକ ଭାବେ ତଦାରଖ ହୋଇ ପାରୁନାହିଁ। ଏଣୁ ଉନ୍ମତି କାର୍ଯ୍ୟ ବିଳମ୍ବ ଯୋଗୁଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କୁ କୁମ୍ଭାରଗାଁ,ଅଙ୍ଗାରଗାଁ, କେ.ବରିକା ଓ ବୁରୁଝରୀ ପଞ୍ଚାୟତ ଦାୟିତ୍ଵ ମିଳିଥିବା ବେଳେ ନୃସିଂହ ଚରଣ ପାତ୍ରଙ୍କୁ ଖଣ୍ଡିଆନଈ, ବେଗୁନିଆପଡା, ଚିଙ୍ଗୁଡ଼ିଖୋଲ ଓ ମର୍ଦ୍ଧକୋଟ ପଞ୍ଚାଯତ ଦାୟିତ୍ଵ ମିଳିଛି !

ସେହିପରି ଧର୍ମେନ୍ଦ୍ର ବାଡ଼ତ୍ୟ ଙ୍କୁ କାଳିମେଘି , ମଠ ସରସିଂ, ସାନ ଉସ୍ତାପଡ଼ା, ବେରୁଆବାଡ଼ି ପଞ୍ଚାୟତ ଦାୟିତ୍ୱ ମିଳିଥିବା ବେଳେ ଦୀପକ ମଲ୍ଲିକ ଙ୍କୁ ଷଣ୍ଡମୁଳ , ସୁମଣ୍ଡଳ, ମର୍ଦମେଖ, ଘୋଡାପଡା, ବଡ଼ ଖଇରିଖମା ଭଳି ପଞ୍ଚାୟତର ଦାୟିତ୍ଵ ମିଳିଛି । ଉମାକାନ୍ତ ପ୍ରଧାନଙ୍କୁ ତାଳସର, ସାଙ୍କୁଡ଼ା,ଏସ. ଛଚିନା, ଚନ୍ଦନପୁର ପଞ୍ଚାୟତର ଦାୟିତ୍ଵ ସମ୍ପାଦନ କରିବାକୁ ନିର୍ଦେଶ ରହିଛି । ଏବଂ ଜଣେ ମାତ୍ର ମହିଳା ଯନ୍ତ୍ରୀଙ୍କୁ ଦିଗାପଡ଼ା ଓ ଫାଣୀ ପଞ୍ଚାୟତର ଦାୟିତ୍ଵ ମିଳିଛି । ଅନ୍ୟ ଜଣେ ଯନ୍ତ୍ରୀ ତୁଷାର କାନ୍ତ ଦାଶ ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ କୌଣସି ପଞ୍ଚାୟତର ଦାଇତ୍ୱ ଦିଆଯାଇ ନାହିଁ। ଅନ୍ୟ ପଟେ ଅଳ୍ପ ଯନ୍ତ୍ରୀଙ୍କୁ ବିଭିନ୍ନ ପଞ୍ଚାୟତ ଦାୟିତ୍ୱ ଦିଆଯାଇଥିବାରୁ ଜଣା ପଡିଛି।ପଞ୍ଚାୟତ ଅଧୀନରେ ଚାଲିଥିବା ରାସ୍ତା, ପୋଖରୀ, ସମେତ ଅଧିକାଂଶ ବିକାଶମୂଳକ କାର୍ଯ୍ୟ ଏବଂ ବିଶେଷ କରି ମନରେଗା କାର୍ଯ୍ୟ ଚାଲିଥିବା ବିଭିନ୍ନ କାର୍ଯ୍ୟ ସ୍ଥଳରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଛି ।

ଏହାର ସୁଯୋଗ ନେଇ ଅଧୁକାଂଶ ପଞ୍ଚାୟତର ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟର ଦାଇତ୍ବ ନେଇଥିବା ବ୍ୟକ୍ତିଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସମୟ ସୀମା ମଧ୍ୟରେ କାମ ସମ୍ପୂର୍ଣ ହୋଇ ପାରୁନଥିବା ନଜିର ରହିଛି।

ଯନ୍ତ୍ରୀଙ୍କ ଅନୁପସ୍ଥିତ ଓ ଦେଖାରେଖା ଅଭାବରୁ କାମ ମଧ୍ୟ ନିମ୍ନ ମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଣୁ ଏଥିପ୍ରତି ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ବ୍ଲକରେ ଖାଲି ପଢିଥିବା ଯନ୍ତ୍ରୀ ପଦକୁ ପୁରଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

error: Content is protected !!