ରିପୋର୍ଟ :ରାକେଶ ମହାରଣା
କୋଦଳା(ଆମ ଓଡ଼ିଶା ଖବର ) ଧରାବତରଣ କରିବେ ଜଗତ ଜନନୀ। ସଜେଇ ହେଲାଣି ପ୍ରକୃତି ରାଣୀ କାଶତଣ୍ଡୀ।ଶରତ ଋତୁର ଆଗମନରେ ପାର୍ବଣର ପୂର୍ବଭାସ ହୋଇଛି କାଶତଣ୍ଡୀ ଫୁଲ। ସବୁଜ ଧରଣୀର ପୋଷାକ ପିନ୍ଧି ସକାଳର ସୂର୍ଯ୍ୟ କିରଣ ସହ ପବନର ହାଲୁକା ହାଲୁକା ଛୁଆଁ ରେ ହସୁଛି କାଶତଣ୍ଡି।ଖୁସିର ପାର୍ବଣର ଆଗମନ ଓ ମା ଦୁର୍ଗା ଙ୍କ ଧାରାବତରଣ ବାର୍ତ୍ତା ଦେଇଛି କାଶତଣ୍ଡି ।
ତାର ମହକ ସିନା ନାହିଁ କିନ୍ତୁ ରୂପ ତାର ଭାରି ମନ ଲୋଭା। ମା ଦୁର୍ଗା କୁ ସ୍ବାଗତ କରିବା ପାଇଁ ପ୍ରକୃତି ରାଣୀ ଅବତରଣ କରିଛି ଧରାପୃଷ୍ଠରେ କାଶତଣ୍ଡୀ ସତେ ଯେପରି କହୁଛି ମା ଜଗତ ଜନନୀ ମୁଁ ତୁମକୁ ସ୍ବାଗତ କରିବା ପାଇଁ ଧରା ପୃଷ୍ଠ କୁ ଆସିଛି । ମୋର ଧୋବ ଫର ଫର କାଲିଚା ବିଛାଇ ଚାହିଁ ରହିଛି ଆପଣଙ୍କ ଆସିବା ବାଟ କୁ ଏବେ ଆପଣ ଆସନ୍ତୁ । ମା ଦୁର୍ଗାଙ୍କ ଆଗମନକୁ ତାର ହସରେ ଡାକୁଛି କାଶତଣ୍ଡି। ଶରତ ଋତୁ ର ଆଗମନରେ ଏହି ଫୁଲ ପ୍ରଚୁର ପରିମାଣରେ ଫୁଟିଥାଏ।
ନଦୀ କୂଳରେ କାଶତଣ୍ଡି ପବନରେ ଦୋଳି ଖେଳି ରାସ୍ତାରେ ଯାଉଥିବା ପାଥିକ ମାନଙ୍କୁ ସ୍ବାଗତ କରୁଥାଏ। ନଦୀ କୂଳ, ବିଲ ହୁଡା ଏବଂ ରାସ୍ତା ପାର୍ଶ୍ୱରେ ଏହି ଫୁଲ ଫୁଟି ଥାଏ। ମନେ ହୁଏ ପ୍ରକୃତି ରାଣୀ କାଶ ତଣ୍ଡୀ ଫୁଲ କାଲିଚା ବିଛାଇ ଅନେଇ ରହିଛି ଦେବା ଦେବୀ ମାନଙ୍କୁ । କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆଁ ଦିଶୁଥାଇ। କବି ମଧୁସୂଦନ ରାଓ ଶରତ ଋତୁରେ ଏହି ଫୁଲକୁ ନେଇ ଲେଖିଛନ୍ତି “କାଶତଣ୍ଡୀ ଫୁଲେ ମହି ଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ”
ସେହି ଭଳି କାଶ ତଣ୍ଡି ଫୁଲ ଆବାଳ ବୃଦ୍ଧା,ବନିତା ଏବଂ କବିଙ୍କ ଙ୍କୁ ମଧ୍ୟ କରିଥାଏ ବିଭୋର। ବର୍ଷକ ଥରେ ଫୁଟୁଥିବା ଏହି ଫୁଲ ନଜର ପଡ଼ିଲେ ସତେ ଯେମିତି ମନ ଭିତରୁ ବାହାରି ଆସେ ଆ କି ସୁନ୍ଦର। ଯୁବପିଢି ଙ୍କୁ ମଧ୍ଯ ପସନ୍ଦ ହୋଇଥାଏ ଏହି କାଶତଣ୍ଡୀ ଫୁଲ। ବିଶେଷ କରି ଏହି ଫୁଲ ଗାଁ ର ସୌଦର୍ଯ୍ୟ ବଡ଼ାଇ ଥାଏ। ଏହି ଫୁଲ ଫୁଟି ଧରିତ୍ରୀ କୁ ଧବଳ ମୂଖୀ କରିଥାଏ । ଏହା ମଧ୍ୟ ଭଗବାନ ଙ୍କ ନିଆର ସୃଷ୍ଟି ବୋଲି କୁହାଯାଏ। ଜଗତ ଜନନୀ ମା ଦୁର୍ଗା ଙ୍କ ଆଗମନ କୁ ସ୍ୱାଗତ କରି ରହିଛି କାଶତଣ୍ଡୀ ଫୁଲ ।
More Stories
ନିଷ୍ପାପ ଶିଶୁକୁ କର୍କଟ ବେଡି
କୋଦଳା ମେଡିକାଲ ପରିସରରେ ସାମ୍ବାଦିକ ସଂଘ ଗଠିତ l
ବେଗୁନିଆପଡା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ