ସମାଜ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଧାନ l
ବୈପାରୀଗୁଡା (ଆମ ଓଡ଼ିଶା ଖବର )ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ନେଇ କୋଟିଆ ଆଦିବାସୀ ସମାଜ ପକ୍ଷରୁ ଦାବୀ ପତ୍ର ପ୍ରଦାନ। ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ଦୋରାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଦାଲଗୁଡ଼ା ଗ୍ରାମରେ କୋଟିଆ ସମାଜ ବ୍ଲକ ସଭାପତି ସୁବାସ ଖିଲ ଓ ବ୍ଲକ ଉପଦେଷ୍ଟା ଜଗତ ଅର୍ଲବଙ୍କ ନେତୃତ୍ୱରେ କୋଟିଆ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ। ବୈଠକରେ କୋଟିଆ ଆଦିବାସୀ ସମାଜ ଜିଲ୍ଲା ସଭାପତି ମାଧବ ଦୋରା , ସମ୍ପାଦକ ଗଙ୍ଗାଧର ପାଙ୍ଗି ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ଉପ ସଭାପତି ଜଗେଶ୍ଵର ଖେମୁଡୁ , ଯୁଗ୍ମ ସମ୍ପାଦକ ସୁବାସ ବୁରୁଡି , କଷଧକ୍ଷ ଘନଶ୍ୟାମ ବୁରୁଡି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ କୋରାପୁଟ ଜିଲ୍ଲା ତଥା ବୈପାରିଗୁଡ଼ା ଅଞ୍ଚଳରେ କୋଟିଆ ସମ୍ପ୍ରଦାୟର ଖୁବ କମ ଲୋକ ସଂଖ୍ୟା ରହିଛୁ ତେଣୁ ଆମ ସମାଜର ନା ନେଉଁ ଅନ୍ୟ ସମାଜର ଲୋକ ସରକାରୀ ସୁବିଧାର ଫାଇଦା ଉଠାଉଛନ୍ତି। ଯାହା ଫକରେକି ଆମେ ଆମ ନିଜର ହକ ପାଇବାରେ ବିଫଳ ହେଉଛି। ଆମ ସମ୍ପ୍ରଦାୟର ଲୋକେ ପୂର୍ବ ପୁରୁଷ ଧରି ଆଦିବାସୀ , ପୂର୍ବରୁ ସେହି ଆଦିବାସୀ ରୀତିନୀତିରେ ଚଳି ଆସୁଛୁ। କିନ୍ତୁ ବର୍ତ୍ତମାନ ଆମେ ହକ ପାଇ ପାରୁନୁ ଏହାକୁ ଆଖି ଆଗରେ ରଖି ଆମକୁ ଲଢେ଼ଇ କରିବାକୁ ପଡ଼ିବ ବୋଲି ସମାଜ ବୈଠକରେ ଅତିଥି ମାନେ ମତପ୍ରକାଶ କରିଥିଲେ। ଏହାସହ ସମାଜ ବୈଠକରେ ବିଭିନ୍ନ ପ୍ରକାରର ଆଲୋଚନା କରାଯାଇଥିଲା। ବୈଠକ ସାରି କୋଟିଆ ଆଦିବାସୀ ସମାଜର ପିଲାଙ୍କ ପାଠପଢ଼ା ନିମନ୍ତେ ଜାତିଗତ ପ୍ରମାଣପତ୍ର , ପିଲାଙ୍କ ପାଇଁ ବିଦ୍ୟାଳୟରେ ସ୍ଥାନ , ଘରଡ଼ିହ ଓ ଜଙ୍ଗଲ ଜମିପଟ୍ଟା ଇତ୍ୟାଦିରୁ ବଞ୍ଚିତ ହେଉଥିବା ସହ ପୂର୍ବରୁ କେତେ ଲୋକଙ୍କୁ ମିଳିଥିବା ଜମିପଟ୍ଟା ପ୍ରମାଣ ପତ୍ରରେ ଭୁଲ ବସଦ ଅନ୍ୟଜାତିରେ ଉଲ୍ଲେଖ କରାଯାଇଛି। ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ସଂଶୋଧନ କରିବା ନିମନ୍ତେ ବୈପାରିଗୁଡ଼ା ତହସିଲଦାର ଶ୍ନିଗ୍ଧାରାଣି ଚୌଧୁରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ବୈପାରିଗୁଡ଼ା ବ୍ଲକ କଟିଆ ସମାଜ ବ୍ଲକ ସଭାପତି ସୁବାସ ଖିଲ , ବ୍ଲକ ଉପଦେଷ୍ଟା ଜଗତ ଆର୍ଲବ , କସାଧକ୍ଷ ଗୁରୁ ହାନ୍ତାଲ , ସମ୍ପାଦକ ଦୈତାରୀ ଖିଲ ସମେତ ଶତାଧିକ ଲୋକ ଉପସ୍ଥିତ ରହିଥିଲେ।


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।